ଶିକ୍ଷକଙ୍କ ଆତ୍ମହତ୍ୟା

ପାଟଣା: ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ଜାମୁନାଳିଆ ଗ୍ରାମର ବାସିନ୍ଦା ତଥା ସେହି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ମଧୁସୂଦନ ନାୟକ(୪୯) ନିଜ ଘର ଭିତରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଗତକାଲି ତାଙ୍କ ଝିଅକୁ ବିଦ୍ୟାଳୟ ପଠାଇ ସାରିବା ପରେ ଶୋଇବା ଘରେ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଘରକୁ ଫେରି ଘଟଣା ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ସାହାରପଡା ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ବାଦି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛନ୍ତି। ଏନେଇ ପାଟଣା ଥାନାରେ ୫୮/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Comments are closed.