www.samajalive.in
Saturday, December 13, 2025
14.1 C
Bhubaneswar

ଟାଟା ‘ସୁପର୍‌ ଆପ୍‌’; ଲୁଣଠାରୁ ଆରମ୍ଭ କରି ବିମାନ ଟିକେଟ ପର୍ଯ୍ୟନ୍ତ ହେବ ଉପଲବ୍ଧ

ଦେଶର ସବୁଠୁ ବଡ଼ ଉଦ୍ୟୋଗ ଟାଟା ଗ୍ରୁପ ଦ୍ରୁତ ଗତିରେ ବଢ଼ୁଥିବା ଇ-କମର୍ସ ବଜାରରେ ନିଜର ଉପସ୍ଥିତିକୁ ଜାହିର କରିବା ଲାଗି ଏକ ‘ସୁପର ଆପ୍‌’ ଆଣିବା ଦିଗରେ କାମ କରୁଛି। ଯେଉଁ ଆପ୍‌ ଜରିଆରେ କୋଟି କୋଟି ଗ୍ରାହକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯେପରି କି ଲୁଣଠାରୁ ଆରମ୍ଭ କରି ବିମାନ ଟିକେଟ୍‌ ପର୍ଯ୍ୟନ୍ତ ସୁବିଧା ପାଇପାରିବେ। ଏଥିପାଇଁ ଟାଟା ଗ୍ରୁପ ‘ଟାଟା ଡିଜିଟାଲ’ ନାମରେ ଏକ ନୂଆ କମ୍ପାନୀ ପ୍ରତିଷ୍ଠା କରିଛି।

ଟାଟା ଗ୍ରୁପ୍‌ର ହୋଲ୍ଡିଂ କମ୍ପାନୀ ଟାଟା ସନ୍‌ସ ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ ବିଜନେସ୍‌ ଟୁଡେକୁ କହିଛନ୍ତି ଯେ, କମ୍ପାନୀ ନିଜର ସମସ୍ତ ରିଟେଲ ବ୍ୟବସାୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଦିଗରେ କାମ କରୁଛି। ସେ କହିଛନ୍ତି, ଟାଟା ଗ୍ରୁପର ପ୍ରତ୍ୟେକ ବ୍ରାଣ୍ଡରେ କୋଟି କୋଟି ଗ୍ରାହକ ଅଛନ୍ତି। ସେମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ଉତ୍ପାଦ ଏବଂ ସେବା ଉପଲବ୍ଧ କରାଇବୁ। ସେଥିଲାଗି ଏହି ସୁପର ଆପ୍‌ରେ କେବଳ ଟାଟାର ଉତ୍ପାଦ ଉପଲବ୍ଧ ହେବ ନାହିଁ, ବରଂ ଏହା ସମସ୍ତ କମ୍ପାନୀ ପାଇଁ ଉନ୍ମୁକ୍ତ ରହିବ।

- Advertisement -

ଚନ୍ଦ୍ରଶେଖରନଙ୍କ କହିବା ଅନୁସାରେ, କମ୍ପାନୀର ବିଭିନ୍ନ ବ୍ରାଣ୍ଡର ନିଜସ୍ବ ଲୟାଲ୍‌ଟି ପ୍ରୋଗ୍ରାମ, ପେମେଣ୍ଟ ଇଞ୍ଜିନ, ବିତ୍ତୀୟ ଉତ୍ପାଦ ଏବଂ ଅନ୍ୟ ଶ୍ରେଣୀର ଉତ୍ପାଦ ରହିଛି। ଏଭଳି ସ୍ଥିତିରେ ସମସ୍ତ ବ୍ରାଣ୍ଡକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଲାଗି ଆମେ ଉଦ୍ୟମ କରୁଛୁ।

ସେ ଆହୁରି କହିଛନ୍ତି, ଆମ ରିଟେଲ କମ୍ପାନୀ ଯେପରି କି କପଡ଼ାର ବ୍ରାଣ୍ଡ ୱେଷ୍ଟସାଇଡ୍‌, ଟ୍ରେଣ୍ଟ, ଇନ୍‌ଫିନିଟି ରିଟେଲ, ଲୁଣ, ମସଲା ଏବଂ ଚା’ ପ୍ରସ୍ତୁତକାରୀ ଟାଟା କନଜ୍ୟୁମର ପ୍ରଡକ୍ଟ୍ସ, ଘଣ୍ଟା, ଗହଣା ନିର୍ମାତା କମ୍ପାନୀ ଟାଇଟନ, ବୈଦ୍ୟୁତିକ ଉପକରଣ ପ୍ରସ୍ତୁତକାରୀ କମ୍ପାନୀ ଭୋଲ୍‌ଟାସ ସହିତ ବିତ୍ତୀୟ ଉତ୍ପାଦ ଯେପରି କି ଟାଟା କ୍ୟାପିଟାଲ, ଟାଟା ଏସେଟ୍‌ ମ୍ୟାନେଜମେଣ୍ଟ, ଟାଟା ଏଆଇଏ, ଟାଟା ଏଆଇଜି ଇତ୍ୟାଦିକୁ ସୁପର ଆପ୍‌କୁ ଅଣାଯିବ।

ଏହାବ୍ୟତୀତ ଟାଟା ମୋଟର୍ସ ଏହି ଆପ୍‌ ଜରିଆର ନିଜର କାର, ଟାଟା ରିୟଲଟି ଫ୍ଲାଟ୍‌ ଏବଂ ଭିସ୍ତାରା ଓ ଏୟାର ଏସିଆ ବିମାନ ଟିକଟ ବି ବିକ୍ରି କରାଯାଇପାରିବ। ଏହା ସହିତ ତାଜ୍‌ ହୋଟେଲ ନିଜ ରୁମ୍‌ଗୁଡ଼ିକୁ ଆପ୍‌ ଜରିଆରେ ଭଡ଼ା ଦେଇପାରିବ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories