www.samajalive.in
Friday, December 5, 2025
23.1 C
Bhubaneswar

ସରକାର ଗଠନ ଉତ୍ସବରେ ଯୋଗଦେବାକୁ ପାକିସ୍ତାନ, ଚୀନ ଓ ରୁଷକୁ ତାଲିବାନର ଆମନ୍ତ୍ରଣ

କାବୁଲ: ଆଫଗାନିସ୍ତାନର ଶେଷ ପ୍ରଦେଶ ପଞ୍ଜଶିରକୁ ଦଖଲ କରିବା ପରେ ତାଲିବାନ ଆତଙ୍କି ଗୋଷ୍ଠୀ ସରକାର ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ଏହା ଦେଶରେ ନୂତନ ସରକାର ଗଠନ ଉତ୍ସବରେ ଯୋଗଦେବାକୁ ପାକିସ୍ତାନ, ଚୀନ, ରୁଷ, କାତାର, ତୁର୍କୀ ଏବଂ ଇରାନ ପ୍ରଭୃତି ରାଷ୍ଟ୍ରଙ୍କୁ ଆମନ୍ତ୍ରଣ କରିଛି। ସୂଚନାଯୋଗ୍ୟ ଯେ ପାକିସ୍ତାନ, ଚୀନ ଓ ରୁଷର ଦୂତାବାସ ସମ୍ପ୍ରତି ଆଫଗାନିସ୍ତାନରେ ରହିଛି। ଏଥିସହିତ ଆଉ କିଛି ହାତଗଣତି ରାଷ୍ଟ୍ରର ଦୂତାବାସ ସେଠାରେ ରହିଛି। ସୋମବାର ଦିନ ତାଲିବାନ ସମର୍ଥିତ ଏକ ଟ୍ୱିଟର ହ୍ୟାଣ୍ଡଲରୁ ଜଣାଯାଇଛି ଯେ ତାଲିବାନ ସମ୍ପ୍ରତି ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବରେ ଲଢେଇରୁ ମୁକ୍ତ କରିଛି। ଏଣିକି ଏହା ଏକ ଅନ୍ତର୍ଭୁକ୍ତି ଭିତ୍ତିକ ସରକାର ଗଠନ କରିବ। ପୂର୍ବ ସରକାର ଅପେକ୍ଷା ଏହା ଭିନ୍ନ ହେବ ବୋଲି ତାଲିବାନର ମୁଖ୍ୟ ମୁଖପାତ୍ର ଜବିଉଲ୍ଲା ମୁଜାହିଦଙ୍କ ଉକ୍ତିକୁ ଉଦ୍ଧାର କରି ଏହି ଟ୍ୱିଟର ହ୍ୟାଣ୍ଡଲରେ କୁହାଯାଇଛି। ଅନ୍ୟପକ୍ଷରେ ପଞ୍ଜଶିରର ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ (ଏନଆରଏଫ) ପକ୍ଷରୁ କୁହାଯାଇଛି ଯେ ଏବେ ମଧ୍ୟ ପଞ୍ଜଶିର ତାଲିବାନ ଦଖଲକୁ ଯାଇନାହିଁ। ସେମାନଙ୍କ ଯୋଦ୍ଧାମାନେ ଏବେ ବି ପଞ୍ଜଶିରର ମୁଖ୍ୟ ମୁଖ୍ୟ କୋ÷ଶଳାତ୍ମକ ସ୍ଥାନରେ ରହିଛନ୍ତି ଏବଂ ସେମାନେ ତାଲିବାନ ବିରୋଧରେ ଲଢେଇ ଜାରି ରଖିବେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories