www.samajalive.in
Friday, December 5, 2025
27.1 C
Bhubaneswar

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଗୁରୁଦିବସ ପାଳନ

ବୌଦ୍ଧ : ବୌଦ୍ଧଜିଲ୍ଲା ସଦର ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା  ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବିଭାଗୀୟ ମୂଖ୍ୟ ଶରତ ଚନ୍ଦ୍ର ପତି, ଓଡିଆ ଅଧ୍ୟାପିକା ବାସନ୍ତି ପଧାନ , ଓଡିଆ ଅଧ୍ୟାପିକା ତପସ୍ବିନୀ ପ୍ରଧାନ . ଓଡିଆ ଅଧ୍ୟାପକ ଦାଶରଥି ବିଶ୍ବାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ ଦାର୍ଶନିକ , ରାଜନେତା ତଥା ପୁର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପବିତ୍ର ଜନ୍ମତିଥିରେ ତାଙ୍କର ତୈଳଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣକରି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଆୟୋଜିତ ସଭାରେ ମହାବିଦ୍ୟାଳୟର ଓଡିଆ ବିଭାଗ ଛାତ୍ର ଛାତ୍ରୀ ମାନେ ଗୁରୁ ମାନଙ୍କୁ ଉପଢୌକନ ଦେଇ ଚରଣସ୍ପର୍ଶ କରି ଆର୍ଶିବାଦ ଭିକ୍ଷା କରିଥିଲେ । ମୁଖ୍ୟଅତିଥି ଶ୍ରୀ ବେହେରା ଗୁରୁ ଶିଷ୍ୟ ପରମ୍ପରାକୁ ଅଧାର କରି ଛାତ୍ର ଛାତ୍ରୀମାନଙ୍କ ଭବିଷ୍ୟତ ଗଠନ ଓ ଦକ୍ଷତା ବିକାଶପ୍ରତି ଗୁରୁ ମାନଙ୍କ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଓ ଭୁମିକା ଉପରେ ଅଲୋକପାତ କରିଥିବା ବେଳେ ଅଧ୍ୟାପିକା ବାସନ୍ତି ପ୍ରଧାନ ସାମ୍ପ୍ରତିକ ସ୍ଥିତିରେ ଗୁରୁଶିଷ୍ୟ ପରମ୍ପରାରେ ଗୁରୁ ଓ ଶିଷ୍ୟମାନଙ୍କ ଭିତରେ ରହିଥିବା ସମ୍ପର୍କ ଓ ଏହାର ଆବଶ୍ୟକତା, ଉପାଦେୟତା ଉପରେ ଆଲୋକପାତ କରି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ପରେ ଚଳିତ ଶିକ୍ଷାବର୍ଷ ରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଯୁକ୍ତ ତିନି ଓଡିଆ ସମ୍ମାନର ଶେଷବର୍ଷର ଛାତ୍ରୀ କୁମାରୀ ନିତୁ ବେହେରା ସମ୍ବଲପୁର ବିଶ୍ବ ବିଦ୍ୟାଳୟ ରେ ତୃତୀୟ ସ୍ଥାନ ଗ୍ରହଣକରି କୃତିତ୍ବ ଅର୍ଜନ କରି ଥିବାରୁ ତାଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ବାରା ସମ୍ମାନିତ କରାଯାଇ ଥିବା ବେଳେ ଏହି ଉତ୍ସବରେ ଓଡିଆ ବିଭାଗର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories