www.samajalive.in
Saturday, December 6, 2025
26.1 C
Bhubaneswar

ଆଫଗାନିସ୍ତାନରେ ତାଲିବାନ ଗଠନ କଲା ସାମରିକ ଅଦାଲତ

କାବୁଲ: ଆଫଗାନିସ୍ତାନରେ ଶାରିଆ ଆଇନ ପ୍ରବର୍ତ୍ତନ ସହିତ ସାମାଜିକ ସଂସ୍କାର ଉଦ୍ଦେଶ୍ୟରେ ରାଷ୍ଟ୍ରର ସର୍ବୋଚ୍ଚ ନେତା ହିବାତୁଲ୍ଲା ଅଖୁନଜାଦା ସାମରିକ ଅଦାଲତ ଗଠନ କରିଛନ୍ତି । ଏହାଦ୍ୱାରା ଦେଶରେ ଇସଲାମୀୟ ଆଇନକୁ କଡାକଡି ଭାବରେ ଲାଗୁ କରାଯାଇପାରିବ ବୋଲି ତାଲିବାନର ଉପ ମୁଖପାତ୍ର ଇନାମୁଲ୍ଲା ସମାଙ୍ଗାନି କହିଛନ୍ତି । ତାଲିବାନ ପ୍ରଶାସନ ସୂତ୍ର ଅନୁଯାୟୀ ଏହି ଅଦାଲତ ଶାରିଆ ଆଇନ ଅନୁଯାୟୀ ରାୟ ଶୁଣାଇବା, ଇସଲାମୀୟ ନାଗରିକ ଆଇନ ଆଧାରରେ ଡିକ୍ରୀ ଜାରି କରିବା ଏବଂ ତାଲିବାନ ଅଧିକାରୀ ଏବଂ ପୁଲିସ, ସେନା ଏବଂ ଗୁଇନ୍ଦା ଅଧିକାରୀଙ୍କ ବିରୁଦ୍ଧରେ ଆବେଦନ ଗ୍ରହଣ କରିବାର ଅଧିକାର ହାସଲ କରିଛି । ଓବାଇଦୁଲ୍ଲା ନେଜାମିଙ୍କୁ ଏହି ଅଦାଲତର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିବାବେଳେ ସୟଦ ଆଘାଜ ଏବଂ ଜାହିଦ ଅଖୁନଜାଦେ ଉପ ମୁଖ୍ୟ ରହିବେ । ତାଲିବାନ ନେତୃତ୍ୱାଧୀନ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଇତିମଧ୍ୟରେ ଇସଲାମିକ ଷ୍ଟେଟ (ଆଇଏସ)ର ଅନ୍ୟୂନ୬୦୦ ଆତଙ୍କିଙ୍କୁ ଗତ ତିନିମାସ ମଧ୍ୟରେ ଗିରଫ କରାଯାଇଛି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories