www.samajalive.in
Monday, December 8, 2025
14.1 C
Bhubaneswar

ତାଲିବାନ କବଳରେ ପଞ୍ଜଶିର; ସାଲେହଙ୍କ ସହିତ ଅହମଦ ମାସୁଦ ତାଜିକିସ୍ତାନ ପଳାଇଥିବା ସୂଚନା

କାବୁଲ: ଦୀର୍ଘ ଲଢେଇ ପରେ ହିନ୍ଦୁକୁଶ ପର୍ବତମାଳାରେ ଅବସ୍ଥିତ ପଞ୍ଜଶିର ଶେଷରେ ତାଲିବାନ ଆତଙ୍କିଙ୍କ ଦଖଲକୁ ଯାଇଛି। ଶୁକ୍ରବାର ରାତିରୁ ତାଲିବାନ ଆତଙ୍କିମାନେ ପଞ୍ଜଶିରକୁ ଘେରିଯାଇ ନର୍ଦର୍ଣ୍ଣ ଆଲାଏନ୍ସ ବିରୁଦ୍ଧରେ ଘମାଘୋଟ ଲଢେଇ ଆରମ୍ଭ କରିଦେଇଥିଲେ। ସେମାନେ ଆମେରିକା ଛାଡିଯାଇଥିବା ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହିତ ଏଥିରେ ସେମାନଙ୍କୁ ପାକିସ୍ତାନର କିଛି ସୈନ୍ୟ ଓ ସେନା ଅଧିକାରୀ ସେଠାରେ ସହାୟତା କରିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଆଫଗାନିସ୍ତାନର ପୂର୍ବତନ ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବଂ ପଞ୍ଜଶିରର ବୀର କୁହାଯାଉଥିବା ଅହମଦ ମାସୁଦ ବିଶ୍ୱ ସମୁଦାୟ, ଜାତିସଂଘକୁ ସହାୟତା ପାଇଁ ବାରମ୍ବାର ଅନୁରୋଧ କରିଥିଲେ। ସେମାନଙ୍କ ନିକଟରେ ଥିବା ଗୁଳିଗୋଳା, ଖାଦ୍ୟ ସାମଗ୍ରୀ ଆଦି ଶେଷ ହୋଇଆସୁଥିବା ଏବଂ ସେଠାରେ ଆଫଗାନିସ୍ତାନର ଅନ୍ୟାନ୍ୟ ଅଞ୍ଚଳରୁ ପଳାଇ ଆସି ଆଶ୍ରୟ ନେଇଥିବା ପ୍ରାୟ ଅଢେଇ ଲକ୍ଷ ଲୋକଙ୍କୁ ସହାୟତାର ହାତ ବଢାଇବାକୁ ସେମାନେ ନିବେଦନ କରିଥିଲେ। କିନ୍ତୁ ସେମାନଙ୍କର ନିବେଦନ ବିଫଳ ହୋଇଥିଲା। ତାଲିବାନ ସହିତ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିଥିଲେ ମଧ୍ୟ ନର୍ଦର୍ଣ୍ଣ ଆଲାଏନ୍ସକୁ ଶେଷରେ ପରାସ୍ତ ହେବାକୁ ପଡିଛି। ତାଲିବାନ ଆତଙ୍କିମାନେ ପଞ୍ଜଶିର ସମ୍ପୂର୍ଣ୍ଣ ଦଖଲ କରି ସେଠାରେ ଥିବା ଗଭର୍ଣ୍ଣର ହାଉସ ଉପରେ ତାଲିବାନି ପତାକା ଉଡାଇଛନ୍ତି। ଇତିମଧ୍ୟରେ ପଞ୍ଜଶିର ସୀମାନ୍ତକୁ ଲାଗିଥିବା ତାକିକିସ୍ତାନ ମଧ୍ୟକୁ ଅହମଦ ମାସୁଦ ଏବଂ ଅମରୁଲ୍ଲା ସାଲେହ ପଳାଇ ଯାଇଥିବା କୁହାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories