www.samajalive.in
Wednesday, December 10, 2025
26.1 C
Bhubaneswar

ବନ୍ୟା ପାଣି ଛୁଇଁଲା ତାଜମହଲ

ନୂଆଦିଲ୍ଲୀ: ଯମୁନା ନଦୀରେ ଜଳସ୍ତର ବୃଦ୍ଧି ଯୋଗଁୁ ଦିଲ୍ଲୀ ସହର ଜଳମଗ୍ନ ହୋଇଥିବାବେଳେ ଏବେ ଉତ୍ତରପ୍ରଦେଶର ଅନେକ ଅଞ୍ଚଳକୁ ପାଣି ମାଡିଛି। ବନ୍ୟା ପାଣି ଆଗ୍ରାର ବିଶ୍ବ ଐତିହାସିକ ସ୍ଥଳ ତାଜମହଲକୁ ଛୁଇଁଛି। ତାଜମହଲର ବାହାର ପାର୍ଶ୍ବ କାନ୍ଥକୁ ପାଣି ଛୁଇଁଛି। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ ଯମୁନା ନଦୀର ଜଳସ୍ତର ୪୯୯.୧ ଫୁଟ୍‌ରେ ରହିଛି। ୪୯୯ ଫୁଟରେ ଜଳସ୍ତର ରହିଲେ ମଧ୍ୟମ ଧରଣର ବନ୍ୟା ଆସିଥାଏ। ଜଳସ୍ତର ୫୦୮ ଫୁଟରେ ରହିଲେ ଉଚ୍ଚ ବନ୍ୟା ଆସିଥାଏ। ତେବେ ଗତ ୪୦ବର୍ଷରେ କେବେହେଲେ ଯମୁନା ନଦୀରେ ଏପରି ବନ୍ୟା ଆସି ନଥିଲା। ମଥୁରାସ୍ଥିତ ଗୋକୁଳ ବ୍ୟାରେଜରୁ ୧,୨୪,୩୦୨ କ୍ୟୁସେକ ପାରି ଛଡାଯାଇଥିବାରୁ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗୋକୁଳ ବ୍ୟାରେଜର ସମସ୍ତ ୭ଟି ଗେଟ୍‌କୁ ଖୋଲିଦିଆଯାଇଛି।

ପରବର୍ତ୍ତୀ ସମ୍ବାଦ ପଢିବା ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/odisha-weather-134/482867.html

- Advertisement -

ଅନ୍ୟପଟେ ଦିଲ୍ଲୀର ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଛି। ସହର ମଧ୍ୟକୁ ଗାଡି ପ୍ରବେଶ କଟକଣାକୁ ଉଠାଇ ଦିଆଯାଇଛି। ଦିଲ୍ଲୀରେ ବନ୍ୟା ସ୍ଥିତି ଲାଗି ରହିଥିବାବେଳେ ମଙ୍ଗଳବାର ସହରର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆଗାମୀ ଦୁଇ ତିନିଦିନ ପର୍ଯ୍ୟନ୍ତ ଉତ୍ତର ଭାରତରେ ବର୍ଷା ହେବାର ସମ୍ଭାବନା ଥିବାରୁ ଯମୁନା ନଦୀର ଜଳସ୍ତର ପୁଣି ବୃଦ୍ଧି ପାଇବାର ଆଶଙ୍କା ରହିଛି। ଦିଲ୍ଲୀ ମନ୍ତ୍ରୀ ଅତିଶୀ ରିଲିଫ ଶିବିରରେ ରହିଥିବା​‌ ଲୋକଙ୍କୁ ଘରକୁ ନ ଫେରିବା ଲାଗି ପରାମର୍ଶ ଦେଇଛନ୍ତି। ତେଲଙ୍ଗାନାର କେତେକ ଅଞ୍ଚଳରେ ମଧ୍ୟ ବନ୍ୟା ପରିସ୍ଥିତି ଦେଖାଯାଇଛି। ଲଗାଣ ବର୍ଷା ଯୋଗୁଁ ଖାମାମ୍‌, ୱାରାଙ୍ଗାଲା ଓ ଅନ୍ୟ କେତେକ ଜିଲାରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories