www.samajalive.in
Saturday, December 6, 2025
26.1 C
Bhubaneswar

ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତରେ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକେୟନ ପାଣ୍ଡିଆନ

ଦୋବାଲ: ଆଜି ଦିନିକିଆ ଭଦ୍ରକ ଜିଲ୍ଲା ଗସ୍ତରେ ଆସିଛନ୍ତି ୫ଟି ଏବଂ ନବୀନ ଓଡିଶା ଅଧକ୍ଷ କାର୍ତ୍ତିକେୟନ ପାଣ୍ଡିଆନ। ଶନିବାର ମଧ୍ୟାହ୍ନରେ ଅଧକ୍ଷ ହେଲିକେପଟର ଯୋଗେ ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ପହଁଚି ଏକ ସାଧାରଣ ସଭାରେ ସମ୍ବୋଧନ କରିଥିଲେ। ସେଠାରୁ ସଡ଼କ ପଥରେ ଧାମନଗର ବ୍ଲକ ପାଳସାହି ଉଦେଶ୍ୟରେ ଯାଇଥିଲେ। ଏହି ଗସ୍ତ ସମୟରେ ବୈତରଣୀ ବାମପାର୍ଶ୍ଵ ନଦୀ ବନ୍ଧ,ରାସ୍ତା, ମଲ୍ଲୀମାହାର ଏବଂ ଗୌରାଙ୍ଗପୁର ଏସକେଫ ଏବଂ କୋଚିଳା ବ୍ୟାରେଜ ଅନୁଧ୍ୟାନ କରି ଅପରାହ୍ନରେ ଧାମନଗର ବ୍ଲକ ପାଳସାହିରେ ପହଁଚିଛନ୍ତି l ସେଠାରେ ଆଇଜିଏମ କଲେଜ ପଡିଆରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି। ଧାମନଗରର ସଡ଼କ ପଥରେ ଯାତ୍ରା ବେଳେ ପଣ୍ଡିଆନ ମୋଟର ସାଇକେଲରେ ବସି ବନ୍ଧ ବାଡ଼ ଏବଂ ଘାଇ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଳା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା, ସାଂସଦ ମଞ୍ଜୁଲତା ମଣ୍ଡଳ,ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ବିଧାୟକ ବ୍ୟାମକେଶ ରାୟ, ପ୍ରମୁଖଙ୍କ ସହ ଅନ୍ୟ ନେତା କର୍ମୀ ଉପସ୍ଥିତ ଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories