www.samajalive.in
Monday, December 8, 2025
24.1 C
Bhubaneswar

ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡମିଣ୍ଟନ : ସମୀର ଚମ୍ପିଆନ, ସାଇନା ରନର୍ସଅପ୍‍

ଲକ୍ଷ୍ନୌ : ସମୀର ବର୍ମା ଏଠାରେ ଚାଲିଥିବା ସୟଦ ମୋଦି ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲ୍‍ସ ଚମ୍ପିଆନ ହୋଇଥିବାବେଳେ ମହିଳା ସିଙ୍ଗଲ୍‍ସରେ ସାଇନା ନେହୱାଲଙ୍କୁ ରନର୍ସଅପ୍‍ରେ ସନ୍ତୁଷ୍ଟ ହେବାକୁ ପଡିଛି। ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସ ଫାଇନାଲରେ ୩ୟ ସିଡ୍‍ ସମୀର ୧୬-୨୧, ୨୧-୧୯, ୨୧-୧୪ ଗେମରେ ୬ଷ୍ଠ ସିଡ୍‍ ମାନ୍ୟତାପ୍ରାପ୍ତ ଚୀନର ଲୁ ଗ୍ୱାଙ୍ଗ୍‍ଜୁଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୧ ଘଣ୍ଟା ୧୦ ମିନିଟ ଧରି ଚାଲିଥିଲା। ସୂଚନାଯୋଗ୍ୟ ୨୦୧୭ରେ ସମୀର ସ୍ୱଦେଶର ସାଇପ୍ରଣିତଙ୍କୁ ହରାଇ ଏଠାରେ ଚମ୍ପିଆନ ହୋଇଥିଲେ। ଅପରପକ୍ଷରେ ମହିଳା ସିଙ୍ଗଲ୍‍ସ ଫାଇନାଲରେ ଚୀନର ୟୁଇ ହାନ୍‍ ସିଧାସଳଖ ୨୧-୧୮, ୨୧-୮ ଗେମରେ ୨ୟ ସିଡ୍‍ ସାଇନାଙ୍କୁ ପରାସ୍ତ କରିଛନ୍ତି। ପୁରସ୍କାର ବାବଦରେ ଚମ୍ପିଆନ ସମୀରଙ୍କୁ ୧୧,୨୫୦ ଡଲାର ଓ ରନର୍ସଅପ୍‍ ସାଇନାଙ୍କୁ ୫୭୦୦ ଡଲାର ମିଳିଛି।
ସାଇନା ଓ ସମୀରଙ୍କ ବ୍ୟତୀତ ପୁରୁଷ ଡବଲ୍‍ସ ଓ ମହିଳା ଡବଲ୍‍ସରେ ମଧ୍ୟ ଭାରତୀୟ ଖେଳାଳିଙ୍କୁ ରନର୍ସଅପ୍‍ରେ ସନ୍ତୁଷ୍ଟ ହେବାକୁ ପଡିଛି। ପୁରୁଷ ଡବଲ୍‍ସ ଫାଇନାଲରେ ୨ୟ ସିଡ୍‍ ମାନ୍ୟତାପ୍ରାପ୍ତ ଇଣ୍ଡୋନେସିଆ ଯୋଡି ଫଜର ଆଲଫିଆନ୍‍ ଓ ମହମ୍ମଦ ଆଡ୍ରିଆନୋ ୨୧-୧୧, ୨୨-୨୦ ଗେମରେ ସ୍ୱସ୍ତିକସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟିଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି। ମହିଳା ଡବଲ୍‍ସ ଫାଇନାଲରେ ଭାରତୀୟ ଯୋଡି ଅଶ୍ୱିନୀ ପୋନାପ୍ପା ଓ ସିକ୍କି ରେଡ୍ଡି ୧୫-୨୧, ୧୩-୨୧ ଗେମରେ ୩ୟ ସିଡ୍‍ ମାନ୍ୟତାପ୍ରାପ୍ତ ମାଲେସୀୟ ଯୋଡି ଚୌ ମି କ୍ୱାନ୍‍ ଓ ଲି ମେଙ୍ଗ୍‍ ୟିନ୍‍ଙ୍କଠାରୁ ହାରିଯାଇଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories