www.samajalive.in
Wednesday, December 10, 2025
18.1 C
Bhubaneswar

ସୁଶୀଲ ମେହେର ହେବେ ନୂଆ କଂସ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ପରବର୍ତ୍ତୀ କଂସ ଭାବେ ଚୟନ ହୋଇଛନ୍ତି ସୁଶୀଲ ମେହେର । ଚଳିତ ବର୍ଷ ନୂଆ କଂସ ହେବେ ସୁଶୀଲ ମେହେର, ଧନୁଯାତ୍ରା ପାଇଁ କଳାକାର ଚୟନ ଅନୁଷ୍ଠିତ ହୋଇଥିଲା, ଏଥିରେ ବାଜି ମାରିଛନ୍ତି ସୁଶୀଲ, ଏନେଇ ଉପଜିଲ୍ଲାପାଳ ତାଙ୍କ ନାମ ଘୋଷଣା କରିଛନ୍ତି । ୭୮ତମ ଧନୁଯାତ୍ରାରେ ମହାନାୟକ ନାୟକ ହେବେ ସୁଶୀଲ ମେହେର । ୩ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ ବରଗଡ ଜିଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଳାକାର ସମନ୍ୱୟ କମିଟିର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ।

୪୪ଜଣ କଳାକାର କଂସ ଭୂମିକା ପାଇଁ ଆବେଦନ କରିଥିବା ବେଳେ ୩୬ଜଣ କଳାକାର ଅଡିସନରେ ଅଂଶଗ୍ରହଣ କରିଥିଲେ । ୩୫ଜଣ କଳାକାରଙ୍କୁ ପଛରେ ପକାଇ ବିଚାରକ ମଣ୍ଡଳୀର ହୃଦୟ ଜିତିଥିଲେ ସୁଶୀଲ । ପୂର୍ବରୁ ରାବଣ ଭଳି ଚରିତ୍ରରେ ଅଭିନୟ କରିଥିଲେ ସୁଦ୍ଧା ପ୍ରଥମ ଥର ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories