www.samajalive.in
Wednesday, December 10, 2025
16.1 C
Bhubaneswar

ମାଓନେତା ହିଡମା ଓ ତା’ର ପତ୍ନୀ ସମେତ ୬ ନିହତ

ମାଲକାନଗିରି : ପୁଲିସ୍ ଗୁଳିରେ ଟଳିଲା ମାଓନେତା ମାଡଭି ହିଡମା। ଆଜି ସକାଳୁ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମରାଜୁ ଜିଲ୍ଲାରେ ମାରେଡୁମେଲ୍ଲୀରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସକାଳ ୬ରୁ ୭ଟା ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । ପୁଲିସ୍ ଗୁଳିରେ ମାଓ ନେତା ମାଡଭି ହିଡମା ଓ ତାର ପତ୍ନୀ ରାଜେ ନିହତ ହୋଇଥିବା ସୁଚନା ମିଳିଛି । ଦୁହେଁ ମାଓ ସଂଗଠନ କେନ୍ଦ୍ରୀୟ କମିଟି ସଦସ୍ୟ ଥିଲେ । ଆଉ ଜଣେ ବରିଷ୍ଠ ନେତା ଆଜାଦଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ହିଡମାଙ୍କ ମୁଣ୍ଡ ଉପରେ ଛତିଶଗଡ ସରକାର ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ଏବଂ ପତ୍ନୀ ରାଜେଙ୍କ ଉପରେ ୫୦ ଲକ୍ଷ ଟଙ୍କାରୁ ଅଧିକ ପୁରସ୍କାର ଅଛି । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ଆଉ ଦୁଇଜଣ ଟପ ମାଓବାଦି ଚେଲ୍ଲୁରି ନାରାୟଣ ଓରଫ ସୁରେଶ ଓ ଶଙ୍କର ଆନ୍ନା ମଧ୍ୟ ଏହି ଏନକାଉଣ୍ଟର ରେ ପ୍ରାଣ ହରାଇଥିବା ଜଣା ପଡିଛି । ହିଡମା ସମେତ ୬ଜଣ ମାଓବାଦୀ ନିହତ ହୋଇଥିବା ଆନ୍ଧ୍ର ପ୍ରଦେଶ ପୁଲିସ୍ ଡିଜିପି ହରିଶ କୁମାର ଗୁପ୍ତା ସୂଚନା​‌ ଦେଇଛନ୍ତି । ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକଙ୍କ ଉପରେ ୨୬ ଥର ଆକ୍ରମଣର ନେତୃତ୍ୱ ନେଇଥିଲା ମାଓନେତା ମାଡଭି ହିଡମା । ସୁରକ୍ଷା ବାହିନୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶା ସୀମାର ତ୍ରି-ସଂଯୋଗ ନିକଟସ୍ଥ ମାରେଡୁମିଲ୍ଲୀ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ବିଷୟରେ ସୂଚନା ପାଇଥିଲେ । ଏହା ପରେ, ସ୍ଥାନୀୟ ପୋଲିସ ସହିତ ମାରେଡୁମିଲ୍ଲୀ ଜଙ୍ଗଲ ଅଞ୍ଚଳରେ ଏକ କମ୍ବିଂ ଅପରେସନ କରାଯାଇଥିଲା । ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ଅଞ୍ଚଳରେ କମ୍ବିଂ ଅପରେସନ ଏବେ ବି ଜାରି ରହିଛି।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories