www.samajalive.in
Sunday, December 7, 2025
15.1 C
Bhubaneswar

ସୁଶାନ୍ତ ମୃତ୍ୟୁ ମାମଲା, ସିବିଆଇ ତଦନ୍ତକୁ ରିୟାଙ୍କ ସମର୍ଥନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ହେବ କି ନାହିଁ ତାହା ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅପେକ୍ଷାରେ ରହିଛି। କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ନେଇଥିବାବେଳେ ଏହାର ନ୍ୟାୟିକ ପରିସରକୁ ନେଇ ବିବାଦ ଦେଖାଯାଇଛି। ବିହାର ପୁଲିସ ଏତଲା ଆଧାରରେ ସିବିଆଇ ମାମଲା ରୁଜୁ କରିଛି। ଏହା ପୂର୍ବରୁ ଅଗଷ୍ଟ ୫ରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀ ବିହାର ପୁଲିସରେ ରୁଜୁ ମାମଲାର ତଦନ୍ତ ମୁମ୍ବଇକୁ ସ୍ଥାନାନ୍ତର କରିବାକୁ ପିଟିସନ ଦାୟର କରିଥିଲେ। ରିୟାଙ୍କ ଆବେଦନ ଆଧାରରେ ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କଠାରୁ ଲିଖିତ ଜବାବ ଲୋଡିଥିଲେ।

ଗୁରୁବାର ସୁପ୍ରିମକୋର୍ଟରେ ପୁନର୍ବାର ଏହାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ସିବିଆଇ ଏହାର ପକ୍ଷ ରଖି କହିଥିଲା ଯେ ମାମଲାର ତଦନ୍ତ ନିମନ୍ତେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ସହିତ ସିବିଆଇକୁ ଅନୁମତି ଦିଆଯିବା ଦରକାର। ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ଅଧିକାଂଶ ପ୍ରସଙ୍ଗ ମୁମ୍ବଇ ସହିତ ଜଡିତ ଥିବାରୁ ପାଟନା ପୁଲିସ ଏହାର ତଦନ୍ତ କରିବା କ୍ଷମତା ପରିସରଭୁକ୍ତ ନୁହେଁ। ତେଣୁ ଏହାର ସିବିଆଇ ତଦନ୍ତ ହେବା ଆବଶ୍ୟକ। ସେହିପରି କେନ୍ଦ୍ର ସରକାର କହିଥିଲେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ମୁମ୍ବଇ ପୁଲିସ ଯେଉଁମାନଙ୍କର ବୟାନ ରେକର୍ଡ କରିଛି ତାହା ଆଇନତଃ ବୈଧ ନୁହେଁ। ବିହାର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ ମୁମ୍ବଇ ପୁଲିସ କୌଣସି ଅଭିଯୁକ୍ତଙ୍କ ବିରୋଧରେ ଏତଲା ରୁଜୁ କରି ନାହିଁ। ରାଜନୈତିକ ଚାପ କାରଣରୁ ମୁମ୍ବଇ ପୁଲିସ କାହା ବିରୋଧରେ ଏତଲା ରୁଜୁ କରି ନଥିବାବେଳେ ବିହାର ପୁଲିସକୁ ତାର କାର୍ୟ୍ୟ କରିବାକୁ କୌଣସି ପ୍ରକାର ସହଯୋଗ କରି ନଥିଲା। ତେଣୁ ମାମଲାର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏହାର ସିବିଆଇ ତଦନ୍ତ ଅନୁମତି ଦିଆଯିବା ଦରକାର। ଆଜିର ଶୁଣାଣି ସମୟରେ ରିୟା ଚକ୍ରବର୍ତ୍ତୀ କହିଥିଲେ ମାମଲାର ସିବିଆଇ ତଦନ୍ତ ହେବା ନେଇ ତାଙ୍କର କୌଣସି ଆପତ୍ତି ନାହିଁ। ସିବିଆଇ ତଦନ୍ତର କୌଣସି ନିର୍ଦ୍ଦିଷ୍ଟ ନ୍ୟାୟିକ ପରିସର ରହିବ ନାହିଁ ବୋଲି ସେ କହିଛନ୍ତି।

- Advertisement -

ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନିମନ୍ତେ ପରିବାର ସଦସ୍ୟ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି। ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କହିଛନ୍ତି ଘଟଣାର ସତ୍ୟାସତ୍ୟ ପଦାକୁ ଆସିବା ଦରକାର। ସେହିପରି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ କହିଛନ୍ତି ଯେ ଆମେ ସତ୍ୟ ଜାଣିବାକୁ ଚାହୁଁ; ତେଣୁ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ହେଉ। ସୁଶାନ୍ତଙ୍କ ପୂର୍ବତନ ବାନ୍ଧବୀ ଅଙ୍କିତା ଲୋଖାଣ୍ଡେ କହିଛନ୍ତି ଯେ ଆମେ ସତ୍ୟ ଖୋଜି ବାହାର କରିବୁ ଓ ନ୍ୟାୟ ପାଇବୁ। ଶିବସେନା ସାଂସଦ ସଞ୍ଜୟ ରାଉତ ଗୁରୁବାର ପୁଣି ଥରେ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ପଛରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତ୍ରୀ ପୁଅ ଆଦିତ୍ୟ ଠାକରେଙ୍କର କୌଣସି ଭୂମିକା ନାହିଁ। ମୁମ୍ବଇ ପୁଲିସ ତଦନ୍ତରୁ ଆଦିତ୍ୟଙ୍କ ଭୂମିକା ସମ୍ପର୍କରେ କିଛି ଜଣାଯାଇ ନାହିଁ। ସୁଶାନ୍ତଙ୍କ ମୃତ୍ୟୁ ସହିତ ଆଦିତ୍ୟଙ୍କ ନାମକୁ ଯୋଡି ବିଜେପି ଅଯଥା ବିବାଦ ସୃଷ୍ଟି କରୁଛି। ଶିବସେନା ନେତୃତ୍ୱ ମେଣ୍ଟ ସରକାରକୁ ବିଜେପି ସହ୍ୟ କରିପାରୁ ନାହିଁ ବୋଲି ସଞ୍ଜୟ କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories