www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟ ବାହାରେ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର,୧୩ା୮(ନି.ପ୍ର): ଚଳିତ ବର୍ଷ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ରାଜ୍ୟର ୨୧ ସହର ସମେତ ଅନ୍ୟ ରାଜ୍ୟର ୩ ସହରରେ ଅନୁଷ୍ଠିତ ହେବ। ଏଥିପାଇଁ ଓଜେଇଇ ପକ୍ଷରୁ ଅନ୍‍ଲାଇନ୍‍ ପରୀକ୍ଷା କେନ୍ଦ୍ର ମନୋନୟନ କରାଯାଇ ଥିବାବେଳେ ଗୁରୁବାର ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛି ପାଇଛି।

ରାଜ୍ୟର ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ବାରିପଦା, ବ୍ରହ୍ମପୁର, ଭଦ୍ରକ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ଜୟପୁର, ଝାରସୁଗୁଡ଼ା, ଫୁଲବାଣୀ, କେନ୍ଦୁଝର, ନୟାଗଡ଼, ରାୟଗଡ଼ା, ରାଉରକେଲା ଏବଂ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ଝାଡ଼ଖଣ୍ଡର ରାଞ୍ଚି, ପଶ୍ଚିମବଙ୍ଗର କଲକାତା ଏବଂ ବିହାର ରାଜ୍ୟର ପାଟଣା ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ତେବେ ଚଳିତ ବର୍ଷ କରୋନା ମହାମାରୀକୁ ଲକ୍ଷ୍ୟ ରଖି ବାହାର ରାଜ୍ୟରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଏସବୁ ରାଜ୍ୟର ପରୀକ୍ଷାର୍ଥୀ ଯେପରି ରାଜ୍ୟକୁ ନଆସିବେ ସେଥିପାଇଁ ବାହାର ରାଜ୍ୟରେ ପରୀକ୍ଷା କେନ୍ଦ୍ର କରାଯାଇଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବିହାର, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ରାଜ୍ୟରୁ ଅଧିକ ପରୀକ୍ଷାର୍ଥୀ ରହିଛନ୍ତି। ଅପରପକ୍ଷରେ ବଲାଙ୍ଗିର, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ନୟାଗଡ଼ ଏବଂ ଫୁଲବାଣୀ ସହରରେ ନୂଆ କରି ପରୀକ୍ଷା କେନ୍ଦ୍ର କରାଯାଇଛି। ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଚଳିତ ମାସ ୧୩ ତାରିଖ ଅପରାହ୍ଣ ୫ଟାରୁ ୧୬ ତାରିଖ ପୂର୍ବାହ୍ନ ୧୧.୫୯ମିନିଟ୍‍ ମଧ୍ୟରେ ପରିବର୍ତ୍ତନ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

- Advertisement -

ସୂଚନାଯୋଗ୍ୟ, ପୂର୍ବରୁ ଇଞ୍ଜିନିୟରିଂ ଏବଂ ମେଡିକାଲ ପ୍ରବେଶିକା ପରୀକ୍ଷା ଓଜେଇଇ ଦ୍ୱାରା ପରିଚାଳିତ ହେଉଥିଲା। ବାହାର ରାଜ୍ୟରୁ ହଜାର ହଜାର ଛାତ୍ରଛାତ୍ରୀ ଆବେଦନ କରୁଥିଲେ। ଫଳରେ ଓଜେଇଇ ପକ୍ଷରୁ ଦେଶର ବିଭିନ୍ନ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ସର୍ବଭାରତୀୟସ୍ତରରେ ଇଞ୍ଜିନିୟରିଂ ଏବଂ ମେଡିକାଲ ପ୍ରବେଶିକା ପରୀକ୍ଷା କରାଯାଉଥିବାରୁ ୨୦୧୪ରୁ ଓଜେଇଇ ବାହାର ରାଜ୍ୟରେ ପରୀକ୍ଷା କେନ୍ଦ୍ର କରୁ ନଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories