www.samajalive.in
Sunday, December 7, 2025
14.1 C
Bhubaneswar

ହାୱାଲା ରାକେଟ, ୬ ବର୍ଷ ପୂର୍ବେ ଭାରତ ଆସିଥିଲା ଲୁଓ ସାଙ୍ଗ

ହାୱାଲା ରାକେଟରେ ଜଡିତ ଲୁଓ ସାଙ୍ଗର ଜୀବନୀ କୌଣସି ଚଳଚ୍ଚିତ୍ରର କାହାଣୀ ଠାରୁ କମ୍ ନୁହେଁ। ଭାରତରେ ରାକେଟ ଚଳାଇ ଥିବା ଲୁଓ ପ୍ରଥମେ ୨୦୧୪ ମସିହାରେ ଭାରତକୁ ଆସିଥିଲା। ଇତି ମଧ୍ୟରେ ଆୟକର ବିଭାଗ ଚାର୍ଲିଙ୍କ ଘର ସମେତ ୨୧ଟି ସ୍ଥାନ ଉପରେ ଚଢ଼ାଉ କରିଛି। ମିଜୋରାମ ଝିଅ ସହିତ ବିବାହ କରି ପାସପୋର୍ଟ ହାସଲ କରିଥିବା ଚାର୍ଲି ପେଙ୍ଗ ଗୁରୁଗ୍ରାମରେ ରହୁଥିଲା ଏବଂ ହାୱାଲା ରାକେଟ ଚଳାଉ ଥିଲା ବୋଲି କହିଛି।

- Advertisement -

ହାୱାଲା ରାକେଟ ଚଳାଉଥିବା ଚାର୍ଲି ପେଙ୍ଗ୍ ଓରଫ ଲୁଓ ପଚରାଉଚରା ବେଳେ ନିଜ ଜୀବନ ବିଷୟରେ ଅନେକ କିଛି ପ୍ରକାଶ କରିଛି। ସେ ପ୍ରଥମେ ୨୦୧୪ ମସିହାରେ ଭାରତକୁ ଆସିଥିଲା। ଦିଲ୍ଲୀ ଆସି ନୁଡୁଲ୍ସ ବ୍ୟବସାୟ ଆରମ୍ଭ କରି ହାୱାଲା ରାକେଟରେ ସାମିଲ ହୋଇଥିଲା। ଭାରତ ଆସିବା ପରେ ସେ ବହୁ ପରିମାଣର ଅର୍ଥ ଯୋଗାଡ଼ କରିଥିଲା। ଚାର୍ଲିଙ୍କୁ ପ୍ରଥମେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ଦ୍ୱାରା ୨୦୧୮ ମସିହାରେ ଗିରଫ କରାଯାଇଥିଲା। ତେବେ କିଛି ଦିନ ପରେ ତାଙ୍କୁ ମୁକ୍ତ କରାଯାଇଥିଲା।

ଗିରଫ ପରେ ପ୍ରାରମ୍ଭିକ ପଚରାଉଚରା ବେଳେ ଅଭିଯୁକ୍ତ ଚାର୍ଲି ପେଙ୍ଗ କହିଛି ଯେ ସେ ୧୯୭୮ ମସିହାରେ ଚୀନ୍‌ର ତିବ୍ଦତରେ ଜନ୍ମଗ୍ରହଣ କରିଥିଲା। ତାଙ୍କ ବାପା, ମା’ ସହିତ ବହୁତ ଝଗଡା କରୁଥିଲେ। ଥରେ ତାଙ୍କ ବାପା ମା’ଙ୍କ ଗୋଡ ଭାଙ୍ଗି ଦେଇଥିଲେ। ଯେତେବେଳେ ତାଙ୍କୁ ଆଠ ମାସ ହୋଇଥିଲା, ସେତେବେଳେ ତାଙ୍କ ମା ଏବଂ ବାପାଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା। ମା’ଙ୍କ ମୃତ୍ୟୁ ପରେ ତାଙ୍କ ପିତା ଜଣେ ଚୀନ୍ ମହିଳା ଲି ପେଙ୍ଗଙ୍କୁ ବିବାହ କରିଥିଲେ। ଏବଂ ତା’ପରେ ତାଙ୍କ ସହ ସେ ଚାଇନାର ଜିଆଙ୍ଗସୁ ନାନଜିଙ୍ଗରେ ରହିବାକୁ ଚାଲିଗଲେ। ଲି ପେଙ୍ଗ୍ ନାନଜିଙ୍ଗରେ ଅଟୋ ସ୍ପେୟାର୍ ପାର୍ଟସ୍ ବ୍ୟବସାୟ କରୁଥିଲେ।

ମାତ୍ର ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ଲୁଓ ସାଙ୍ଗମାନଙ୍କ ସହ ମିଶି ଖରାପ ଅଭ୍ୟାସର ଶିକାର ହୋଇଥିଲେ। ଯେତେବେଳେ ତାଙ୍କୁ ୧୮ ବର୍ଷ ହୋଇଥିଲା, ସେ ନାନଜିଙ୍ଗ ଛାଡି ତିବ୍ଦତର ଲାସା ଯାଇ ନିଜର ପିତାଙ୍କୁ ଭେଟି ଥିଲେ ଏବଂ ପରିଚୟ ପତ୍ର ପାଇବାକୁ ଚେଷ୍ଟା କରିଥିଲେ। ସେ ସେଠାରେ ଏକ ବର୍ଷ ରହିଲେ। ଏହା ପରେ ସେ ସେଠାରେ ଚେରମୂଳି ଔଷଧ ବ୍ୟବସାୟ ଆରମ୍ଭ କଲେ। ସେଥିରୁ ଅନେକ ଟଙ୍କା ରୋଜଗାର କରିଥିଲେ କାରଣ ସେ ଚାଇନିଜ୍ ଭାଷା ଜାଣିଥିଲେ ଏବଂ ଚାଇନାର ଲୋକଙ୍କ ସହ ଭଲ ବୁଝାମଣା କରିପାରୁଥିଲେ।

୨୦୦୯ରେ ଲୁଓ ୬ ଜଣ ତିବ୍ଦତୀୟ ନାଗରିକଙ୍କ ସହିତ ଚାଲି ଚାଲି ନେପାଳ ଆସିଥିଲେ। ସେଠାରେ ସେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କାଠମାଣ୍ଡୁ ନିକଟ ଗେଲୁଗ ମଠରେ ରହୁଥିଲେ। ସେ ସେଠାରେ ଔଷଧ ଏବଂ ହଳଦୀ ବ୍ୟବସାୟ ଆରମ୍ଭ କରିଥିଲେ ଯେଉଁଥିରୁ ଭଲ ଆୟ କରିଥିଲେ। ମଠ ତଥା ବାହାରେ ଅନେକ ଲୋକ ତାଙ୍କ ଉପରେ ନିର୍ଭରଶୀଳ ହୋଇଥିଲେ। ମଠରେ ରହୁଥିବା କିଛି ପରିଚିତ ବ୍ୟକ୍ତି ତାଙ୍କୁ ଭାରତ ଯିବାକୁ ପରାମର୍ଶ ଦେବା ପରେ ୨୦୧୪ ମସିହାରେ ଲୁଓ କାଠମାଣ୍ଡୁରୁ ନୂଆଦିଲ୍ଲୀ ଆସିବା ପରେ ଏକ ପଞ୍ଜାବୀ କଲୋନୀରେ ରହୁଥିଲେ।

ପ୍ରଥମେ ସେ ଭାରତରେ ନୁଡୁଲ୍ସ ଆମଦାନୀ କରିବା ଆରମ୍ଭ କରିଥିଲେ। ସେ ଏହାକୁ ଦକ୍ଷିଣ ଭାରତର ରହୁଥିନ ଲାମାମାନଙ୍କୁ ବିକ୍ରି କରୁଥିଲେ। ଏହା ପରେ ସେ ପୋଷାକ ଏବଂ ଜୋତା ବ୍ୟବସାୟ ଆରମ୍ଭ କଲେ। ସେ ଆଲିବାବା ଅନଲାଇନ ପୋର୍ଟାଲ୍ ମାଧ୍ୟମରେ ସାମଗ୍ରୀ ଆମଦାନୀ କରୁଥିଲା। ଯେହେତୁ ସେ ଚୀନ ଭାଷା ଜାଣିଥିଲେ, ତେଣୁ ସେ ଚାଇନାର ରପ୍ତାନିକାରୀଙ୍କ ସହ ଆଲୋଚନା କରିବାରେ ସକ୍ଷମ ହୋଇଥିଲେ ଏବଂ ସେମାନଙ୍କ ବିଶ୍ୱାସ ଜିତିଥିଲେ। ପରେ ସେ ନୂଆଦିଲ୍ଲୀର ପଞ୍ଜାବୀ ବସ୍ତି ଛାଡି ବାଙ୍ଗାଲୋର ଯାଇଥିଲେ କାରଣ ସେଠାରେ ତାଙ୍କ ସାମଗ୍ରୀ ଆମଦାନୀ କରାଯାଉଥିଲା।

କିଛି ଦିନ ପରେ ସେ ପୁଣି ନୂଆଦିଲ୍ଲୀ ଫେରି ଆସିବା ପରେ ଦ୍ୱାରକାଠାରେ ଏକ ଫ୍ଲାଟ ନେଇଥିଲେ। ଜଣେ ଦଲାଲଙ୍କ ମାଧ୍ୟମରେ ଭାରତୀୟ ଆଧାର କାର୍ଡ ଏବଂ ପାନ କାର୍ଡ ମଧ୍ୟ ନେଇଥିଲେ। ତାଙ୍କର ବ୍ୟବସାୟ ବୃଦ୍ଧି ପାଇବା ପରେ ଗୁରୁଗ୍ରାମ ଚାଲିଯାଇଥିଲେ। ସେଠାରେ ସେ ଗୋଲଡେନ୍ ବାର୍ଡ ପ୍ରାଇଭେଟ ଲିମିଟେଡ୍ ନାମକ ଏକ କମ୍ପାନୀ ଖୋଲିଥିଲେ। ତାଙ୍କୁ ମଣିପୁରର ଜଣେ ଦଲାଲଙ୍କଠାରୁ ପ୍ରସ୍ତୁତ ଏକ ଭାରତୀୟ ପାସପୋର୍ଟ ମଧ୍ୟ ମିଳିଥିଲା।

ଭାରତରେ ପ୍ରତିଷ୍ଠିତ ହେବା ପରେ ଲୁଓ ମିଜୋରାମର ଜଣେ ଝିଅ ଖାୱାଲିଙ୍ଗକୁ ବିବାହ କରିଥିଲେ। ସେ ତାଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କ ମାଧ୍ୟମରେ ଏହି ଝିଅକୁ ଭେଟିଥିଲେ। ପ୍ରାରମ୍ଭିକ ପଚରାଉଚରା ବେଳେ ସେ କହିଥିଲେ ଯେ ସେ ତାଙ୍କ ଗୁରୁଗ୍ରାମ କାର୍ଯ୍ୟାଳୟରୁ ଟଙ୍କା ବିନିମୟ ବ୍ୟବସାୟ କରୁଥିଲା। ତାର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଅଛି, ଗୋଟିଏ ଇଣ୍ଡସ୍ ବ୍ୟାଙ୍କରେ ଏବଂ ଅନ୍ୟଟି ଆଇସିଆଇସିଆଇ ବ୍ୟାଙ୍କରେ। ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ୨୦ ଲକ୍ଷ ଏବଂ ଇଣ୍ଡସ ବ୍ୟାଙ୍କରେ ପ୍ରାୟ 70 ହଜାର ଟଙ୍କା ରହିଛି।

ଲୁଓ ମଣିପୁରରୁ ଚାର୍ଲି ପେଙ୍ଗ ନାମରେ ଏକ ଭାରତୀୟ ପାସପୋର୍ଟ ତିଆରି କରିଥିଲା। ସେ କେବଳ ପାସପୋର୍ଟ ପାଇବା ପାଇଁ ମଣିପୁର ଝିଅକୁ ବିବାହ କରିଥିଲା। ପାସପୋର୍ଟ ଆକ୍ଟ ଅନୁଯାୟୀ ତାଙ୍କ ବିରୋଧରେ ପୂର୍ବରୁ ଏକ ମାମଲା ଦାୟର କରାଯାଇଥିଲା ଏବଂ ବର୍ତ୍ତମାନ ଆୟକର ବିଭାଗ ମଧ୍ୟ ପାସପୋର୍ଟ ଆକ୍ଟ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ଦାୟର କରିବ। ଏହା ପ୍ରମାଣିତ ହୋଇଛି ଯେ ସେ ବେଆଇନ ଭାବେ ଭାରତ ଆସିଥିଲା। ତା’ପରେ ଗୋଟିଏ ପରେ ଗୋଟିଏ ଜାଲ୍ ଡକ୍ୟୁମେଣ୍ଟ୍ ହାସଲ କରିଥିଲା। ପ୍ରକୃତ କଥା ହେଉଛି ସେ ଟଙ୍କା ବିନିମୟ ନାମରେ ଗୁପ୍ତଚର ଏବଂ ହାୱାଲା ରାକେଟ ଚଳାଉଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories