ଭୁବନେଶ୍ୱର: ୭୫ତମ ପବିତ୍ର ସାଧୀନତା ଦିବସ ସ୍ଥାନୀୟ ଲୁମିନୀ ବିହାର ସ୍ଥିତ ପ୍ରୋଜେକ୍ଟ ଔଟର ପରିସରରେ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସଂଗଠନ ‘ସୁରକ୍ଷା’ ପକ୍ଷରୁ ପାଳିତ କରାଯାଇଅଛି । ଅନୁଷ୍ଠାନର ଉପଦେଷ୍ଟା ସୁଧାଂଶୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜାତୀୟ ଉତ୍ସବରେ ଅନୁଷ୍ଠାନର ସଭାନେତ୍ରୀ ବନ୍ଦନା ପଣ୍ଡା ଜାତୀୟ ପତକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ ‘ସୁରକ୍ଷା’ର ସମସ୍ତ ସଭ୍ୟ / ସଭ୍ୟାମାନଙ୍କୁ ଚନ୍ଦ୍ରଶେଖରପୁର ଜଳପ୍ରକଳ୍ପର ସର୍ବାଙ୍ଗୀନ ଉନ୍ନତି ପାଇଁ ଆନ୍ତରିକତାର ସହ ସହଯୋଗ କରିବା ପାଇଁ ଆହ୍ବାନ କରିଥିଲେ।
ଏହି ଉତ୍ସବରେ ସମାଜସେବୀ ନିବେଦିତା ଲେଙ୍କା ଅନୁଷ୍ଠାନର ନିର୍ଦ୍ଦେଶିକା ମିଲି ରଣା ଓ ଅନୁଷ୍ଠାନର ବରିଷ୍ଠ ସଭ୍ୟ ପଦ୍ମଲୋଚନ ସାହୁ , ବିଚିତ୍ରାନନ୍ଦ ରାଉତରାଏ , ରାଜେନ୍ଦ୍ର ମଲ୍ଲିକ , କୈଳାଶ ଜେନା , କମଲ ନନ୍ଦୀ , ଲକ୍ଷ୍ମୀଧର ଭଦ୍ର, ସୁବାସ ପଟ୍ଟନାୟକ , ଅମିକା ପରିଡା ଓ ଲୋଚନ ପ୍ରତାପ ସିଂହ ପ୍ରମୁଖ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଅନୁଷ୍ଠାନର ସଂପାଦକ କେଶବ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।



