www.samajalive.in
Tuesday, December 9, 2025
16.1 C
Bhubaneswar

ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବୀପତ୍ର ପ୍ରଦାନ

ପାତ୍ରପୁର: ପାତ୍ରପୁର ଓ ଚିକିଟିକୁ ନେଇ କୃଷକ ହିତ ସାଧନ ପାଇଁ ଗଠିତ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ସୋମବାର ପାତ୍ରପୁର ଚିକିଟି ତହସିଲଦାରଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୭୦ ଭାଗ ବର୍ଷା କମ ଥିବାବେଳେ ୭୫ ଭାଗ ଧାନ ତଳି ପୋଡି ନଷ୍ଟ ହୋଇଯାଇଛି। ପାତ୍ରପୁର ଓ ଚିକିଟିରେ ହଜାର ହଜାର ହେକ୍ଟର ଜମି ପଡିଆ ପଡିଥିବାରୁ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ କୃଷି ବୀମାରେ ସହାୟତା ପ୍ରଦାନକରିବା ସହ ମରୁଡି ଘୋଷଣା ଏବଂ କୃଷି ଋଣ ଛାଡ଼ କରିବା ପାଇଁ ସଙ୍ଘ ଦାବୀ କରିଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଆତ୍ମାର ବିଜୟ ପ୍ରଧାନ, ସଂଯୋଜକ ସୀତାରାମ ପ୍ରଧାନ, ସଞ୍ଜୟ ପ୍ରଧାନ, ତ୍ରିଲୋଚନ ସେଠୀ, ତ୍ରିପତି ମହାନ୍ତି, ଏନ ଜାଗା ରାଓ, ହରିଶ୍ଚନ୍ଦ୍ର ପ୍ରଧାନଙ୍କ ସମେତ ଚାଷୀମାନେ ଯୋଗ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories