ଟିଏମ୍ସିରେ ଯୋଗ ଦେଲେ ସୁସ୍ମିତା ଦେବ
ନୂଆଦିଲ୍ଲୀ: ଟିଏମ୍ସିରେ ଯୋଗ ଦେଲେ କଂଗ୍ରେସର ବରିଷ୍ଠ ନେତ୍ରୀ ସୁସ୍ମିତା ଦେବ। ସୋମବାର ସକାଳେ କଂଗ୍ରେସରୁ ଇସ୍ତଫା ଦେବା ପରେ ଅପରାହ୍ନରେ ସେ ଟିଏମ୍ସିରେ ସାମିଲ ହୋଇଛନ୍ତି । ସୁସ୍ମିତା ଦେବ କଂଗ୍ରେସ ଦଳର ମହିଳା ୱିଙ୍ଗର ସଭାପତି ଥିଲେ।
ଟିଏମସି ଏକ ଟ୍ବିଟ୍ ଜରିଆରେ କହିଛି ଯେ, ଆମେ ସୁସ୍ମିତା ଦେବଙ୍କୁ ଟିଏମ୍ସିରେ ସ୍ୱାଗତ କରୁଛୁ। ଟିଏମସି ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍ ସୁସ୍ମିତା ଦେବଙ୍କୁ ଦଳକୁ ସ୍ୱାଗତ କରିବାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।
ସୁସ୍ମିତା କଂଗ୍ରେସ ଦଳରୁ ଇସ୍ତଫା ଦେଇ କହିଥିଲେ ଯେ ସେ “ଜନସେବାର ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛନ୍ତି”।
Comments are closed.