www.samajalive.in
Tuesday, December 9, 2025
16.1 C
Bhubaneswar

ରାମନାଗୁଡା ଅଞ୍ଚଳରେ ଶୋକାକୁଳ ପରିବେଶ, ଆର୍ମି ଯବାନଙ୍କ ଅକାଳ ବିୟୋଗ

ରାମନାଗୁଡା: ରାୟଗଡା ଜିଲା ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ପଞ୍ଚାୟତର ଗାଜିଲିଗୁଡା ଗ୍ରାମର ଆର୍ମି ଯବାନ ବାସୁଦେବ ଗମାଙ୍ଗୋ ଚଳିତ ମାସ ୧୪ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ଅକାଳ ବିୟୋଗ ଘଟି ଯାଇଛି। ଆର୍ମି ଯବାନ ବାସୁଦେବ ଗମାଙ୍ଗୋଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ଏବଂ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।  ଆର୍ମି ଯବାନ ବାସୁଦେବ ଗମାଙ୍ଗୋଙ୍କ କିଡନୀ ଜନିତ ସମସ୍ୟା ଦେଖାଦେବାରୁ  ତାଙ୍କୁ ଚିକିତ୍ସା ପାଇଁ କଲକାତା କମାଣ୍ଡାଣ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ତାଙ୍କର ପରଲୋକ ହୋଇଯାଇଥିଲା।  ସୁବେଦାର କରନ କାନାସିୟା, କଲ୍ୟାଣକରକାଟା ହାବିଲଦାର ବି.ବି.ସିଂହ ଓ ଏନ.କେ.ପ୍ରଧାନ ପ୍ରମୁଖ ବାସୁଦେବ ଗମାଙ୍ଗୋଙ୍କ ମରଶରୀକୁ ପୈତୃକ ଗ୍ରାମ ଗାଜିଲିଗୁଡାକୁ ଆଣିଥିଲେ। ସେଠାରେ ପରିବାରଵର୍ଗ, ସାଙ୍ଗସାଥି ଓ ଗ୍ରାମବାସୀମାନେ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନେଇ ଗ୍ରାମପରିକ୍ରମା କରିଥିଲେ । ଏହାପରେ ଗାଜିଲିଗୁଡା ଶ୍ମଶାନରେ ଆର୍ମି ଯବାନ ବାସୁଦେବ ଗମାଙ୍ଗୋଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

 

- Advertisement -

ବାସୁଦେବ ଗମାଙ୍ଗୋ ୧୬-୩-୧୯୮୩ ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ୩୮ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବହୁତ ଭଦ୍ର ଓ ନମ୍ର ଥିଲେ। ସେ ୨୦୧୦ରେ ବିହାର ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ ଏବଂ ୨୦ ବର୍ଷ ନିମନ୍ତେ ଅନୁବନ୍ଧିତ ଥିଲେ। ମାତ୍ର ଏକବର୍ଷ ପରେ ସେ ଅବସର ନେଇଥାନ୍ତେ। ତାଙ୍କର ଅକାଳବିୟୋଗରେ ବାପା ନିଳାମ୍ବର, ମା ବିଜୟଲକ୍ଷ୍ମୀ, ଭାଇ ମହେନ୍ଦ୍ର ଓ ପତ୍ନୀ ତଥା ୨ପୁଅଝିଅ ଗଭୀରଦୁଃଖରେ ଭାଙ୍ଗିପଡିଛନ୍ତି। ସେ କିଛିଦିନ ପୂର୍ବରୁ ପରିବାର ଲୋକଙ୍କୁ ଓ ସାଙ୍ଗସାଥିଙ୍କୁ ଫୋନରେ କହିଥିଲେ ଯେ,ଗଣେଶପୂଜା ଓ ରାକ୍ଷୀପୂର୍ଣ୍ଣିମାରେ ଗାଁକୁ ଆସିବେ, ମାତ୍ର ତାଙ୍କ ମରଶରୀରକୁ ଦେଖି ସମସ୍ତେ ହତବାକ ହୋଇଯାଇଥିଲେ।

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories