www.samajalive.in
Monday, December 8, 2025
14.1 C
Bhubaneswar

ବିଦ୍ରୋହୀ ବିଧାୟକଙ୍କ ବିଷୟରେ ବାଚସ୍ପତି ନେବେ ନିଷ୍ପତି , ବିଧାନସଭାକୁ ଆସିବା ପାଇଁ ବାଧ୍ୟ କରିପାରିବେ ନାହିଁ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ .- କର୍ଣ୍ଣାଟକରେ ବିଦ୍ରୋହୀ ବିଧାୟକଙ୍କ ବିଷୟରେ ବାଚସ୍ପତି ନିଅନ୍ତୁ ଫଇସଲା ନେବା ପାଇଁ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି । ମାତ୍ର ବିଧାନସଭାକୁ ଆସିବା ପାଇଁ ବାଚସ୍ପତି ଏହି ବିଧାୟକମାନଙ୍କୁ ବାଧ୍ୟ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଗତ ୧୨ ଦିନ ହେଲା କର୍ଣ୍ଣାଟକ ରାଜନୀତିରେ ଘଟଣାବହୁଳ ହୋଇ ପଡିଛି । ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣୀ କରିଛନ୍ତି । ୧୫ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ବାଚସ୍ପତି ନିଷ୍ପତି ନେଇ ପାରିବେ । ମାତ୍ର ତାଙ୍କୁ ବିଧାନସଭାକୁ ଆସିବା ପାଇଁ ବାଧ୍ୟ କରିପାରିବେ ନାହିଁ । ସୁପ୍ରିମକୋର୍ଟ ଜେଡିଏସ୍‌ ଓ କଂଗ୍ରେସର ୧୫ ଜଣ ବିଦ୍ରୋହୀ ବିଧାୟକଙ୍କ ବିଷୟରେ ନିଷ୍ପତି ନେବା ଦାୟିତ୍ୱ ବାଚସ୍ପତିଙ୍କ ଉପରେ ଛାଡିଛନ୍ତି । ପ୍ରଧାନବିଚାରପତି ରଞ୍ଜନ ଗୋଗଇ ଏ ବିଷୟରେ ବାଚସ୍ପତି ବିଦ୍ରୋହୀ ବିଧାୟକଙ୍କ ବିଷୟରେ ନିୟମ ଅନୁସାରେ ନିଷ୍ପତି ଗ୍ରହଣ କରନ୍ତୁ ବୋଲି କହିଥିଲେ । ଏଥିପାଇଁ କୌଣସି ଅନ୍ତିମ ସମୟ ନିର୍ଦ୍ଧାରଣ କରାଯାଇ ନାହିଁ । ଗୁରୁବାରରେ କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଆସ୍ଥା ଭୋଟ କରାଯିବ ।

- Advertisement -

ଅଦାଲତଙ୍କ ରାୟ ଆସିବା ପରେ ବିଦ୍ରୋହୀ ବିଧାୟକଙ୍କ ଓକିଲା ମୁକୁଳ ରୋହତଗୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଆସ୍ଥା ଭୋଟ ଗ୍ରହଣ ସମ୍ପର୍କରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ୧୫ ବିଦ୍ରୋହୀ ବିଧାୟକଙ୍କୁ ସଦନରେ ଉପସ୍ଥିତ ରହିବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ମଙ୍ଗଳବାର ସୁପ୍ରିମକୋର୍ଟରେ ଇସ୍ତଫା ଦେଇଥିବା ୧୫ ବିଧାୟକଙ୍କ ଆବେଦନ ଉପରେ ଶୁଣାଣି ହୋଇଥିଲା ବିଦ୍ରୋହୀ ବିଧାୟକମାନେ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିବା ପାଇଁ ବାଚସ୍ପତିଙ୍କୁ ନିର୍ଦେଶଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ନେତୃତ୍ବାଧୀନ ପୀଠ ଏହି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ଓ ବାଚସ୍ପତି ରମେଶ କୁମାରଙ୍କ ପକ୍ଷ ଶୁଣିଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ଅନିରୁଦ୍ଧ ବୋଷ ସଦସ୍ୟ ଅଛନ୍ତି।
ବିଧାୟକଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରୁଥିବା ଆଇନଜୀବୀ ମୁକୁଲ ରୋହତଗୀ ବାଚସ୍ପତିଙ୍କୁ ବିଧାୟକଙ୍କ ଇସ୍ତଫା ଓ ଅଯୋଗ୍ୟ ​‌େ​‌ଘାଷଣା ପ୍ରସଙ୍ଗରେ ସ୍ଥିତାବାସ୍ଥା ବଜାୟ ରଖିବା ପାଇଁ ଅନ୍ତରୀଣ ନିର୍ଦେଶ ଦେବାକୁ ନିବେଦନ କରିଥିଲେ। ଏତଦ୍‌ବ୍ୟତୀତ ଆସ୍ଥା ଭୋଟ୍‌ ପାଇଁ ଜାରି ହୋଇଥିବା ଦଳୀୟ ହ୍ବିପ୍‌ରୁ ସେମାନଙ୍କୁ ବାଦ ଦେବା ପାଇଁ ମଧ୍ୟ ଆବେଦନ କରିଥିଲେ। କୁମାରସ୍ବାମୀଙ୍କ ଓକିଲ ରାଜୀବ ଧାୱନ ଦର୍ଶାଇଥିଲେ ଯେ ଗୋଟିଏ ପ୍ରସଙ୍ଗରେ କୋର୍ଟ ଦ୍ବିତୀୟ ଅନ୍ତରୀଣ ନିର୍ଦେଶ ଦେଇପାରିବେ ନାହିଁ। ବାଚସ୍ପତିଙ୍କୁ ଏହି ମାମଲାରେ ନିର୍ଦିଷ୍ଟ ସମୟ ମଧ୍ୟରେ ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦେଶ ଦେଇପାରିବେ ନାହିଁ ବୋଲି ମଧ୍ୟ ସେ ଯୁକ୍ତି ଉପସ୍ଥାପନ କରିଥିଲେ। ବାଚସ୍ପତିଙ୍କ ପକ୍ଷ ରଖି ଆଇନଜୀବୀ ଅଭିଷେକ ମନୁ ସିଂହଭୀ ଦର୍ଶାଇଥିଲେ ଯେ ଆସ୍ଥା ଭୋଟ ପାଇଁ ବାଚସ୍ପତି ନିର୍ଦେଶ ଦେଇସାରିଥିବାରୁ ପୀଠ ତାଙ୍କ ଉପରେ କୌଣସି ନିର୍ଦେଶନାମା ଜାରି କରିପାରିବେ ନାହିଁ। ବାଚସ୍ପତି ଇସ୍ତଫାପତ୍ର ଉପରେ ବିଚାର କରୁଥିବା ସେ ଦର୍ଶାଇଥିଲେ। ଏଥିସହିତ ପୀଠ ସ୍ଥିତାବସ୍ଥା ଜାରି ସମ୍ପର୍କିତ ତାଙ୍କର ଅନ୍ତରୀଣ ନିର୍ଦେଶନାମା ପ୍ରତ୍ୟାହାର କରିବାକୁ ସେ ଆବେଦନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories