www.samajalive.in
Tuesday, December 9, 2025
16.1 C
Bhubaneswar

ଦିଲ୍ଲୀରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ

ସୁନ୍ଦରଗଡ : ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଦିଲ୍ଲୀ ଗସ୍ତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପାଞ୍ଚ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି। ଏହି ଅବସରରେ ସୁନ୍ଦରଗଡ଼ ଓ ଜିଲାର ସାମଗ୍ରୀକ ବିକାଶ ପାଇଁ ଦାବି ପତ୍ର ଦେବା ସହ ଦୀର୍ଘ ସମୟ ଆଲୋଚନା କରିଥିବା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ବୃନ୍ଦ ମଧ୍ୟ ବିଧାୟିକାଙ୍କ ଦାବି ଓ ସମସ୍ୟା ଶୁଣି ଯଥାଶୀଘ୍ର ଏହା ଉପରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।
ବିଧାୟିକା ଟେଟେଙ୍କ ପ୍ରତିନିଧି ମଣ୍ଡଳୀରେ ଯୁବନେତା ଅଜୟ ପଟେଲ, ଇଂ.ଦିଲୀପ ପଟେଲ, ଧନେଶ୍ବର ଚୌଧୁରୀ, ନାରାୟଣ ପଟେଲ, ବିନୟ ଚୌଧୁରୀ, ଶୁସିଲ ନାଏକ, ପରବିନ ପଟେଲ, ଶୁସିଲ ପଟେଲ, ଜ୍ୟୋତି ରଞ୍ଜନ ଦାସ, ହେମଗିର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଧାରାଣୀ ରାଉଡ଼ିଆ, ତୁମଲିଆ ସରପଞ୍ଚ ରେବତୀ ଭୋଇ, ରାଜେନ୍ଦ୍ର ନାଏକ, ଶିଶିର ଚୌଧୁରୀ, କୁମୁଦବନ୍ଧୁ ପ୍ରଧାନ, ନିତ୍ୟ ଦାସ ପ୍ରମୁଖ ସାମିଲ ଥିବା ଦିଲ୍ଲୀରୁ ବିଧାୟିକାଙ୍କ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ଇସ୍ତାହାରରୁ ଜଣାପଡ଼ିଛି ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories