ସମାଜ ଡିଜିଟାଲ ଡେସ୍କ: ମୁମ୍ବଇ ଟ୍ରେନ ସିରିଏଲ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଗୁରୁବାର ସୁପ୍ରିମକୋର୍ଟ ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି ଉପରୋକ୍ତ ଆଦେଶ ଜାରି କରିଛନ୍ତି।
୨୦୦୬ ଜୁଲାଇ ୧୧ ତାରିଖରେ ମୁମ୍ବଇର ରେଲ୍ ନେଟଓ୍ବର୍କରେ ସିରିଜ ବିସ୍ଫୋରଣ ଘଟିଥିଲା। ଏହାକୁ ୭/୧୧ ବିସ୍ଫୋରଣ ନାମରେ ଜଣାଯାଏ। ଏହି ଆତଙ୍କୀ ଆକ୍ରମଣ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ନିକଟରେ ୧୧ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ।
ହାଇକୋର୍ଟଙ୍କ ଏପରି ରାୟ ବିରୋଧରେ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମହାରାଷ୍ଟ୍ର କଂଟ୍ରୋଲ ଅଫ ଅର୍ଗାନାଇଜଡ୍ କ୍ରାଇମ ଆକ୍ଟ(ଏମସିଓସିଏ) ଅଧୀରେ ଚାଲିଥିବା ମାମଲାଗୁଡ଼ିକୁ ହାଇକୋର୍ଟଙ୍କ ରାୟ ପ୍ରଭାବିତ କରିପାରେ ବୋଲି ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ତେବେ ଏଭଳି ହେବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ୧୨ ଜଣଙ୍କୁ ନୋଟିସ ଜାରି କରିଛନ୍ତି।



