www.samajalive.in
Friday, December 5, 2025
23.1 C
Bhubaneswar

ସୁପ୍ରିମକୋର୍ଟଙ୍କ ପରାମର୍ଶକୁ ଇସିଆଇଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ବିହାର​‌ ଭୋଟର ତାଲିକାର ସ୍ବତନ୍ତ୍ର ସମୀକ୍ଷା କାର୍ଯ୍ୟ (ଏସ୍‌ଆଇଆର୍‌) ପାଇଁ ଆଧାର, ଭୋଟର ଓ ରେସନ କାର୍ଡକୁ ପରିଚୟପତ୍ର ଭାବେ ଗ୍ରହଣ କରିବାକୁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ମନା କରିଛନ୍ତି। ବିହାର ଭୋଟର ତାଲିକାର ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ଭୋଟର ପରିଚୟ ଓ ନାଗରିକତ୍ବ ଯାଞ୍ଚ କରାଯାଉଛି। ଏହି ଯାଞ୍ଚ କାର୍ଯ୍ୟ ସମୟରେ ଭୋଟରଙ୍କ ପରିଚୟ ପ୍ରମାଣ ସ୍ବରୂପ ଆଧାର, ଭୋଟର ଓ ରେସନ କାର୍ଡକୁ ଗ୍ରହଣ କରିବା ଲାଗି ସୁପ୍ରିମକୋର୍ଟ ଇସିଆଇଙ୍କୁ ପରାମର୍ଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଏପରି ପରାମର୍ଶକୁ ବିଚାର କରିବା ଲାଗି ଇସିଆଇ ମନା କରିଦେଇଛନ୍ତି। ସୋମବାର ସୁପ୍ରିମକୋର୍ଟଙ୍କ ନିକଟରେ ଇସିଆଇ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିିଛନ୍ତି ଯେ ନାଗରିକ ପରିଚୟ ପ୍ରମାଣ ପାଇଁ ଆମେ କେବଳ ଆଧାର କାର୍ଡ ଉପରେ ଭରସା କରିପାରିବୁ ନାହିଁ। ସେହିପରି ଦେଶରେ ବହୁସଂଖ୍ୟାରେ ଜାଲ୍ ରେସନ କାର୍ଡ ପ୍ରଚଳନ ହେଉଛି। ସେହିପରି ବର୍ତ୍ତମାନର ଭୋଟର କାର୍ଡକୁ ଯଦି ଭରସା କରାଯିବ ତେବେ ଏହି ସ୍ବତନ୍ତ୍ର ଅଭିଯାନର କୌଣସି ଗୁରୁତ୍ବ ରହିବ ନାହିଁ। ନିର୍ବାଚନ ଆୟୋଗ କହିଛନ୍ତି ଯେ ଜଣେ ବ୍ୟକ୍ତି ଭୋଟର ତାଲିକାରୁ ବାଦ୍‌ ପଡିବା ଦ୍ବାରା ସେ ତାଙ୍କର ନାଗରିକତ୍ବ ହରାଇବେ ନାହିଁ।
ଇସିଆଇ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ ବିହାରରେ ଭୋଟର ତାଲିକାର ସ୍ବତନ୍ତ୍ର ସମୀକ୍ଷା (ଏସ୍‌ଆଇଆର୍‌) ପ୍ରକ୍ରିୟାରେ କୌଣସି ଆଇନର ଉଲ୍ଲଙ୍ଘନ କରାଯାଉ ନାହିଁ। ସେହିପରି ଏହି ପ୍ରକ୍ରିୟା ଦ୍ବାରା ଭୋଟରଙ୍କର କୌଣସି ମୌଳିକ ଅଧିକାର ଉଲ୍ଲଙ୍ଘନ ହେଉ ନାହିଁ। ତେଣୁ ଏସ୍‌ଆଇଆରକୁ ବିରୋଧ କରି ୧୧ଟି ରାଜନୈତିକ ଦଳ,ଏନଜିଓ ଓ ବିହାରର କେତେକ ବାସିନ୍ଦାଙ୍କ ପକ୍ଷରୁ ଦାୟର ହୋଇଥିବା ପିଟିସନଗୁଡିକୁ ଖାରଜ କରିଦେବା ଲାଗି ଇଏସ୍‌ଆଇ
ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି।

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସମୀକ୍ଷା କରିବା ଲାଗି ଇସିଆଇଙ୍କ ପକ୍ଷରୁ ଏସଆଇଆର୍‌ କାର୍ଯ୍ୟ ଜାରି ରହିଛି। ରାଜ୍ୟର ଭୋଟର ତାଲିକାରେ ବିଦେଶୀ ନାଗରିକଙ୍କ ନାମ ସାମିଲ କରାଯାଇଥିବା ଜଣାପଡିବା ପରେ ଇସିଆଇ ଏହି ସମୀକ୍ଷା କାର୍ଯ୍ୟ ଚଳାଇଛନ୍ତି। ତେବେ ଏସ୍‌ଆଇଆର୍‌ କାର୍ଯ୍ୟକୁ ବିରୋଧ କରି ଦାୟର ପିଟିସନଗୁଡିକ ଉପରେ ଜୁଲାଇ ୧୦ରେ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ଶୁଣାଣି ସମୟରେ ଏସ୍‌ଆଇଆର କାର୍ଯ୍ୟ ଉପରେ ରହିତାଦେଶ ଦେବାକୁ ଅଦାଲତ ମନା କରିଥିଲେ। ମାତ୍ର ଏସ୍ଆଇଆର ପ୍ରକ୍ରିୟା ବେଳେ ଆଧାର, ରେସନ ଓ ଭୋଟର କାର୍ଡକୁ ପରିଚୟପତ୍ର ଭାବେ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ଇସିଆଇଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ଏବେ ସୁପ୍ରିମକୋର୍ଟଙ୍କ ଏହି ପରାମର୍ଶକୁ ଇସିଆଇ ଗ୍ରହଣ କରିବାକୁ ମନା କରିଛନ୍ତି। ଜୁଲାଇ ୨୮ରେ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ପୁନର୍ବାର ଶୁଣାଣି କରିବେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories