www.samajalive.in
Friday, December 12, 2025
19.1 C
Bhubaneswar

ସୁପ୍ରିମକୋର୍ଟକୁ ପଦୋନ୍ନତି; ୪ ବିଚାରପତିଙ୍କ ନାମକୁ ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟକୁ ପଦୋନ୍ନତି ଲାଗି କଲେଜିୟମ୍ ସୁପାରିସ କରିଥିବା ୪ ବିଚାରପତିଙ୍କ ନାମକୁ ସରକାର ବୁଧବାର ଅନୁମୋଦନ କରିଥିବା ଜଣାଯାଇଛି। ଏହି ୪ ବିଚାରପତିଙ୍କୁ ବିଧିବଦ୍ଧ ନିଯୁକ୍ତି ମିଳିବା ପରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ୩୧କୁ ବୃଦ୍ଧି ପାଇବ। ଯାହା ସୁପ୍ରିମକୋର୍ଟଙ୍କ ଧାର୍ଯ୍ୟ ବିଚାରପତି ସଂଖ୍ୟାକୁ ପୂରଣ କରିବ। ସପଦୋନ୍ନତି ପାଇଁ ସରକାର ଅନୁମୋଦନ କରିଥିବା ୪ ବିଚାରପତି ହେଲେ ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ଏଏସ୍ ବୋପାନ୍ନା, ଜଷ୍ଟିସ ବିଆର ଗାଭାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ। ଜଷ୍ଟିସ ବୋଷ ଓ ଜଷ୍ଟିସ ବୋପାନ୍ନାଙ୍କ ନାମକୁ ସରକାର ପୂର୍ବରୁ ଫେରାଇ ଦେଇଥିଲେ। ବରିଷ୍ଠତା ଓ ଆଞ୍ଚଳିକ ପ୍ରତିନିଧିତ୍ବକୁ ଭିତ୍ତିକରି ସରକାର ଏହି ଦୁଇଜଣଙ୍କ ନାମକୁ ଫେରାଇ ଦେଇଥିଲେ। ତେବେ କଲେଜିୟମ୍ ସରକାରଙ୍କ ଅଗ୍ରାହ୍ୟକୁ ପ୍ରତ୍ୟାଖ୍ୟାନ ପୂର୍ବକ ପୁନର୍ବାର ଏହି ଦୁଇଜଣଙ୍କ ନାମକୁ ସୁପାରିସ କରିଥିଲେ। ଫଳରେ ସରକାର ବାଧ୍ୟ ହୋଇ ସେମାନଙ୍କ ନାମକୁ ଅନୁମୋଦନ କରିଛନ୍ତି। ଜଷ୍ଟିସ ଗାଭାଇ ବମ୍ବେ ହାଇକୋର୍ଟର ବିଚାରପତି ଥିବାବେଳେ ଜଷ୍ଟିସ ବୋଷ ଝାଡଖଣ୍ଡ ହାଇକୋର୍ଟ, ଜଷ୍ଟିସ ବୋପାନ୍ନା ଗୌହାଟୀ ହାଇକୋର୍ଟ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି। ଗୁରୁବାର ଏହି ବିଚାରପତିମାନେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ଅଛି।

Hot this week

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

Related Articles

Popular Categories