ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟରୁ ମମତା ସରକାରଙ୍କୁ ବଡ ଝଟକା ଲାଗିଛି। ସନ୍ଦେଶଖାଲିରେ ଇଡ଼ି ଟିମ ଉପରେ ହୋଇଥିବା ଆକ୍ରମଣରେ କଲିକତା ହାଇକୋର୍ଟଙ୍କ ନିଷ୍ପତିକୁ ସମର୍ଥନ କରି ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି ସର୍ବୋଚ୍ଚ ଅଦାଲତ। ମଙ୍ଗଳବାର ହାଇକୋର୍ଟ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେବା ପରେ ଏହା ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାମଲାରେ ମୁଖ୍ୟ ଅଭିଯୁକ୍ତ ଶାହାଜାହାନ ଶେଖଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତିକୁ ମଧ୍ୟ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। କିନ୍ତୁ ମାମଲାରେ ଶାହାଜାହାନଙ୍କୁ ଜେରା କରାଯାଉଥିବା ଦର୍ଶାଇ ପୁଲିସ ତାଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ମନା କରିଦେଇଛି। ବୁଧବାର ଦିନ ହିଁ ଶାହାଜାହାନ ଶେଖଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Popular Categories



