ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅନ୍ତର୍ଗତ ଜାମକାନୀ ଗ୍ରାମର ଏକ ନିଛାଟିଆ ଚାଷ ଜମି ଅଂଚଳରୁ ଜଣେ ବ୍ୟକ୍ତିର ଅର୍ଦ୍ଧ ଗଳିତ ଶବକୁ ପୁଲିସ ଗୁରୁବାର ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ସ୍ୱର୍ଗତ ରିଝନ ଖଡ଼ିଆଙ୍କ ସାନ ପୁଅ ସୁରୁ ଖଡ଼ିଆ (୪୫) ବୋଲି ଜଣାପଡ଼ିଛି। ମୃତ ସୁରୁ ବେଲପାହାଡ଼ ପୌରାଂଚଳ ଅନ୍ତର୍ଗତ ଜାମକାନୀ ଗ୍ରାମକୁ ଆସି ନିଜ ପରିବାର ସହିତ ରହୁଥିଲେ। ଗତ ସୋମବାର ଦିନଠାରୁ ଘରୁ ବାହାରିଥିଲେ ହେଲେ ସେ ଘରକୁ ଫେରିନଥିବା।
ଗୁରୁବାର ସକାଳେ ଶୌଚ ପାଇଁ ଯାଇଥିବା ସ୍ଥାନୀୟ ଲୋକେ ସୁରୁଙ୍କ ଶବକୁ ଜାମକାନୀ ଗ୍ରାମ ନିକଟସ୍ଥ ନିଛାଟିଆ ଚାଷ ଜମି ଅଂଚଳରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ସୁରୁଙ୍କ ଶବକୁ ଉଦ୍ଧାର କରିଥିଲା। ପୁଲିସ ତାଙ୍କ ଶବକୁ ବ୍ୟବଛେଦ ପାଇଁ ପଠାଯାଇଛି । ଅଂଶୁଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଜାମକାନୀରେ ଅଂଶୁଘାତ ଜଣଙ୍କର ମୃତ୍ୟୁ ଅଭିଯୋଗ
Popular Categories



