www.samajalive.in
Monday, December 8, 2025
20.1 C
Bhubaneswar

ମଣ୍ଡିରୁ ଧାନ ଉଠାଇବା ଦାବିରେ ଚାଷୀଙ୍କ ରାସ୍ତା ରୋକ

କଲମପୁର . – ଧାନ କ୍ରୟ ଅନିୟମିତତା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କଳାହାଣ୍ଡି କଲମପୁରର ବଡକୁଟୃ, ବିଜମରା, ଦୁଲକିବନ୍ଧ ଆଦି ମଣ୍ଡିରେ ବହୁ କ୍ଷୁଦ୍ର ତଥା ମଧ୍ୟବିତ ଚାଷୀ ସେମାନଙ୍କ କଷ୍ଟ ଉପାର୍ଜିତ ଧାନ ସବୁ ଆଣି ଦିନର ୪୫ ଡିଗ୍ରୀ ଖରାରେ ସିଝୁଥିଲେ ମଧ୍ୟ ସମବାୟ ସଂସ୍ଥା ଏମାନଙ୍କ ଧାନ କିଣୁ ନଥିବା ଅଭିଯୋଗ ହେଉଛି । ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କେହି ଅଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଇନହାଁନ୍ତି।
ଫଳେରେ ସପ୍ତାହ ସପ୍ତାହ ଧରି ଧାନ ମଣ୍ଡିରେ ପଡି ରହୁଛି। ଏହି ବଡକୁଟୃ ଅଂଚଳର ଜନୈକ ଏଜେଣ୍ଟ ଚାଷୀଙ୍କୁ ଜାଣି ଶୁଣି ହଇରାଣ କରୁଥିବା ବେଳେ କିଛି ଅଧିକାରୀ ତାଙ୍କୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ମଧ୍ୟରେ ସୃଷ୍ଟି ଏହି ଅସନ୍ତୋଷ ଗୁରୁବାର ଉଗ୍ର ରୂପ ନେଇଥିଲା। ବଡକୁଟୃ ଅଂଚଳର ଅସନ୍ତୁଷ୍ଟ ଶତାଧିକ ଚାଷୀ ଏକତ୍ରିତ ହେଇ ମୋଟେର ଜୟପାଟଣା ମୁଖ୍ୟ ରାସ୍ତାର ବଡକୁଟୃ ଛକ ନିକଟରେ ରାସ୍ତା ଉପରେ ଧାନ ବସ୍ଥା ରଖି ଅବରୋଧ କରି ଥିଲେ। ସକାଳ ୮ଟାରୁ ଅପରାହ୍ନ ୩.୩୦ ମିନିଟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିଥିଲେ ମଧ୍ୟ କେହି ପ୍ରଶାସନିକ ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ନଥିବାରୁ ଚାଷୀଙ୍କ ଅସନ୍ତୋଷ ବଢିବାରେ ଲାଗିଥିଲା। ଅନ୍ୟପଟେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନ ବାହାନ ଅଟକି ରହିବା ସହ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାତ୍ରୀ ବହୁ ସମୟ ଧରି ହଇରାଣ ହେଇଛନ୍ତି। ବିଶେଷ କରି ଜୟପାଟଣା ର ସାପ୍ତାହିକ ହାଟ ପାଳି ଥିବାରୁ ଅନେକ ବ୍ୟବସାୟୀ ବଜାରରେ ପହଂଚି ନପାରି ହଇରାଣ ହେଇଥିଲେ। ଏହି ସମୟରେ ଧର୍ମଗଡ ଉପଖଣ୍ଡ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ଦାସ ଘଟଣାସ୍ଥଳରେ ପହଂଚି ଅସନ୍ତୁଷ୍ଟଚାଷୀଙ୍କୁ ବୁଝାଇଥିଲେ। ତୁରନ୍ତ ମଣ୍ଡିରୁ ଧାନ ଉଠାଣର ବ୍ୟବସ୍ଥା କରାଯିବ ଅନ୍ୟ କେଉଁଠାରୁ ଧାନ ଉଠାଣ କରାଗଲେ ସେଥିପାଇଁ ଖୋଦ ସମ୍ପୃକ୍ତ ଏଜେଣ୍ଟ ଦାୟୀ ରହିବେ। କୌଣସି ପ୍ରକାରେ ସେହି ଧାନ କ୍ରୟ ନେଇ କୌଣସି ଭେଣ୍ଡର ସ୍ଲିପ ଦିଆଯିବ ନାହିଁ ବୋଲି ପ୍ରତିଶୃତି ଦେବା ପରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର କରିବା ପରେ ଏହି ରାସ୍ତା ଦେଇ ଯାତାୟତ ସ୍ୱଭାବିକ ହେଇଥିଲା। ଏହାସହ ଉଭୟ ଏଜେଣ୍ଟ ଓ ସମବାୟ ସମିତିର ସମ୍ପାଦକଙ୍କ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories