www.samajalive.in
Monday, December 8, 2025
13.1 C
Bhubaneswar

ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା କରିଥିବା ସନ୍ଦେହ

କଲମପୁର : କଳାହାଣ୍ଡି ଜିଲା ଆମପାଣି ଥାନା ଅଧିନସ୍ଥ ଡୁଡୁକାଠେଙ୍ଗା ଗ୍ରାମରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକର ମୃତଦେହ ଏକ ଗଛ ଡାଳରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ତାର ଅଳ୍ପ ଦୁରର ଜମି ଭିତରେ ଅନ୍ୟ ଏକ ଯୁବତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ଉଭୟ ଯୁବକ ଯୁବତୀ ଡୁଡକଠେଙ୍ଗା ଗାଁର ହୋଇଥିବା ଗାଁ ଲୋକ ଚିହ୍ନଟ କରିଥିଲେ। ମୃତ ଯୁବକ ଜଣକ ଗାଁର ପୁରୁଷୋତମ ଲହଜଲଙ୍କ ୨୨ ବର୍ଷିୟ ପୁଅ ନିରଞ୍ଜନଙ୍କ ବୋଲି ଚିହ୍ନଟ ହେଇଥିବା ବେଳେ ମୃତ ଯୁବତୀ ଜଣକ ତ୍ରିନାଥ ପୁଝାରୀଙ୍କ ଝିଅ ସୁକାନ୍ତି(୧୮) ବୋଲି ଚିହ୍ନଟ କରି ତୁରନ୍ତ ଆମପାଣି ଥାନାକୁ ସୂଚନା ଦେଇଥିଲେ। ପୂର୍ବରୁ ଉଭୟଙ୍କ ପ୍ରେମ ସମ୍ପର୍କ ରହିଥିଲା ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ କେଉଁ ପରିସ୍ଥିତିରେ ଏମାନେ ଆତ୍ମହତ୍ୟ କାଲେ ନାଁ କିଏ ଏମାନଙ୍କୁ ହତ୍ୟା କରିଛି ସେନେଇ ସାଧାରଣରେ ସନ୍ଦେହ କରାଯାଉଛି।
ଯୁବକ ଜଣକ ଗୋପାଳ ଜାତିର ହେଇଥିବା ବେଳେ ଯୁବତୀ ଜଣକ ଆଦିବାସୀ(ଭତରା) ଜାତିର ହେଇଥିବାରୁ ଉଭୟଙ୍କ ମଧ୍ୟରେ ବିବାହ ନେଇ ଜାତି ସମାଜ ତରଫରୁ ପ୍ରତିବାଦ ହେବାର ଆଶଙ୍କାରେ ହୁଏତ ଉଭୟ ଆତ୍ମହତ୍ୟା କରିଥିବା ଆଶଙ୍କ କରାଯାଉଥିବା ବେଳେ ଯୁବକ ଜଣକ ଗଛରେ ଫାଶି ଦେଇ ଆତ୍ମହତ୍ୟା କରିଥିବା ବେଳେ ଯୁବତୀ ଜଣକ ଜମି ଭିତରେ ପଡି ଥିବାରୁ ଘଟଣାର ଅନ୍ୟ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ହୁଏତ ଉଭୟଙ୍କୁ ପରିବାରର ସମ୍ମାନ ପାଇଁ କିଏ ହତ୍ୟା କରି ଆତ୍ମହତ୍ୟାର ରୁପ ଦେଉଥାଇ ପାରେ ବୋଲି ଗୁଞ୍ଜରଣ ସୃଷ୍ଟି ହେଉଛ। ତେଣୁ ଏହାର ଉଚିତ ତଦନ୍ତ କରାଗଲେ ସଠିକ ତଥ୍ୟ ଜଣାପଡିବ। ଏହି ଘଟଣାକୁ ନେଇ ଆମପାଣି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଉଭୟ ଯୁବକ ଯୁବତୀଙ୍କ ମୃତଦେହକୁ ଜବତ କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରାଇବା ପରେ ଉଭୟ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତରିତ କରାଯାଇଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories