ଭୁବନେଶ୍ବର: କ୍ୟାପିଟାଲ ହାଇସ୍କୁଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ଦଶମ ପରୀକ୍ଷା ପାଇଁ ଫର୍ମପୂରଣ ହୋଇନ ପାରିବାରୁ କ୍ୟାପିଟାଲ ହାଇସ୍କୁଲ ପରିସରରେ ମାଆ ଓ ପୁଅ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବର ପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଉଭୟଙ୍କୁ ବୁଝାସୁଝା କରିଥିଲା। ପ୍ରଧାନଶିକ୍ଷକଙ୍କ ଅବହେଳା ଯୋଗୁ ଦଶମ ଶ୍ରେଣୀ ଫର୍ମ ପୂରଣ କରିପାରିନାହିଁ ବୋଲି ଛାତ୍ର ଇମ୍ରାନ ଖାନ ଅଭିଯୋଗ କରିଥିଲେ। ଅପରପକ୍ଷରେ ଅଭିଭାବକଙ୍କ ଭୁଲ ଯୋଗୁ ଫର୍ମ ପୂରଣ ହେଇପାରିନାହିଁ ବୋଲି ପ୍ରଧାନଶିକ୍ଷକ ଅମରକୁମାର ବେହେରା ପ୍ରକାଶ କରିଥିଲେ।
Popular Categories



