www.samajalive.in
Monday, December 8, 2025
24.1 C
Bhubaneswar

ଦେଶର ସୁରକ୍ଷା କରିବେ ସୁଦର୍ଶନ ଚକ୍ର

ନୂଆଦିଲ୍ଲୀ: ଆସନ୍ତା ଦଶ ବର୍ଷ ମଧ୍ୟରେ ଦେଶର ସମସ୍ତ ସ୍ଥାନକୁ ସୁଦର୍ଶନ ଚକ୍ର ସୁରକ୍ଷା କରିବେ । ଅଗଷ୍ଟ ପନ୍ଦରରେ ଲାଲ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସୂଚନା ଦେଇଛନ୍ତି ।

ସୁଦର୍ଶନ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଆୟୁଧ । ଧର୍ମ ରକ୍ଷା ସହ ଦୁଷ୍ଟଙ୍କ ବିନାଶ ପାଇଁ ଭଗବାନ ବିଷ୍ଣୁ ଏହାର ବ୍ୟବହାର କରିଥାଆନ୍ତି ।

- Advertisement -

ସୁଦର୍ଶନଙ୍କୁ ଭଗବାନ ବିଷ୍ଣୁଙ୍କ ଅଂଶ ବୋଲି ମାନ୍ୟତା ରହିଛି । ଏହାର ନିର୍ମାଣ ବିଶ୍ୱକର୍ମା କରିଥିଲେ ।ଏଥିରେ ତ୍ରିପୁରସୁନ୍ଦରୀଙ୍କ ମୋହିନୀ ଅଂଶ, ବିଷ୍ଣୁଙ୍କ ତେଜ ଓ ବ୍ରହ୍ମାଙ୍କ ମେଧା ଶକ୍ତି ରହିଛି । ଏହାକୁ ନିର୍ମାଣ କରିବା ପରେ ବିଶ୍ୱକର୍ମା ଶିବଙ୍କୁ ପ୍ରଦାନ କରିଥିଲେ । ଦେବସୁର ସଂଗ୍ରାମରେ ଅସୁରଙ୍କ ଶକ୍ତି ପ୍ରବଳ ହେବାରୁ ଶିବ ଏହାକୁ ବିଷ୍ଣୁଙ୍କୁ ପ୍ରଦାନ କରିଥିଲେ । ସୂର୍ଯ୍ୟ ଦେବ ମଧ୍ୟ ସୁଦର୍ଶନ ଚକ୍ରଙ୍କ ନିଦର୍ଶନ ।

ଭାରତକୁ ଆସନ୍ତା ଦଶ ବର୍ଷମଧ୍ୟରେ ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କର ସୁଦର୍ଶନ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯିବେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories