ପୁରୀ: ମା ସୁଭଦ୍ରାଙ୍କ ଦେବଦଳନ ରଥ ଉପରେ ଜଣେ ଦଇତାପତି ସୁଦର୍ଶନଙ୍କୁ ଆଉଜି ବସିଥିବା ଏକ ଫଟୋ ଭାଇରାଲ ହୋଇଛି । ଏହି ଫଟୋରେ ଦଇତା ନିଯୋଗର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦ ଦାସ ସୁଦର୍ଶନଙ୍କୁ ଆଉଜି ବିଶ୍ରାମ ନେଉଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫଟୋ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ପହଞ୍ଚଇଛି ବୋଲି ଅଭିଯୋଗ ହୋଇଛି । ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଭାଇରାଲ ହୋଇଥିବା ଫଟୋ ଚଳିତ ରଥଯାତ୍ରା ସମୟର ବା ପୁରୁଣା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହି ଫଟୋକୁ ନେଇ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଫଟୋକୁ ବିକୃତ କରାଯାଇଥିବା ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି ।



