ଶ୍ରୀରାମପୁର ଷ୍ଟେଟବ୍ୟାଙ୍କ ଶାଖାରେ ଦିନ ଦ୍ବିପ୍ରହରରେ ଡକାୟତି
ବାଲେଶ୍ବର : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଶ୍ରୀରାମପୁର ଷ୍ଟେଟବ୍ୟାଙ୍କ ଶାଖାରେ ଦିନ ଦ୍ବିପ୍ରହରରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ୬ ଜଣ ଯୁବକ ବାଇକରେ ଆସି ବ୍ୟାଙ୍କ କୋଷାଧ୍ୟକ୍ଷଙ୍କ ବେକରେ ଭୁଜାଲି ଲଗାଇ ଡକାୟତି କରିଥିଲେ। ଉଭୟ କ୍ୟାସ ବାକ୍ସ ଓ ଷ୍ଟ୍ରଙ୍ଗ ରୁମରୁ ପ୍ରାୟ ୪୦ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ହୋଇଯାଇଥିବା ଜଣାପଡ଼ିଛି। ଡକାୟତମାନେ କଲେଜ ୟୁନିଫର୍ମ ପିନ୍ଧି ଆସିଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।
Comments are closed.