www.samajalive.in
Thursday, December 11, 2025
16.1 C
Bhubaneswar

ଏଣିକି ୧୪ ଦିନ ନୁହେଁ, ୨୮ ଦିନକୁ ବଢ଼ିଲା ସଙ୍ଗରୋଧ ଅବଧି

ଭୁବନେଶ୍ଵର : ରାଜ୍ୟରେ କ୍ବାରେଣ୍ଟିନ (ସଙ୍ଗରୋଧ) ଅବଧିକୁ ୧୪ ଦିନରୁ ୨୮ ଦିନକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୨୮ ଦିନ ମଧ୍ୟରୁ ୨୧ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ ଓ ଅବଶିଷ୍ଟ ୭ ଦିନ ଘରେ ସଙ୍ଗରୋଧ ରହିବା ନିଷ୍ପତ୍ତି ହୋଇଛି ।  ଶୁକ୍ରବାର ରାଜ୍ୟ ସରକାରଙ୍କ କୋଭିଡ଼-୧୯ ମୁଖପାତ୍ର ସୁବତ୍ର ବାଗଚୀ ସାମ୍ବାଦିକ ସମ୍ପିଳନୀରେ ସୂଚନା ଦେଇଛନ୍ତି।
ବାଗଚୀ କହିଛନ୍ତି ଯେ, ଏବେଠାରୁ କ୍ୱାରେଣ୍ଟିନ୍ ଅବଧି ମୋଟ୍ ୨୮ ଦିନ ରହିବ । କ୍ୱାରେଣ୍ଟିନ୍ ସେଣ୍ଟରରେ ୨୧ ଦିନ ଏବଂ ଏହା ପରେ ଆଉ ୭ ଦିନ ନିଜ ଘରେ ଆାଇସୋଲେସନ୍‌ରେ ରହିବେ । ଏହିପରି ଭାବରେ କ୍ବାରେଣ୍ଟିନ୍ ମୋଟ୍ ୨୮ ଦିନକୁ ବଢ଼ାଇ ଦିଆଯାଇଛି । ପୂର୍ବରୁ କେବଳ ପଜେଟିଭ୍‌ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦେଖି ଏହି ୨୮ ଦିନିଆ ନିୟମ ଲାଗୁ କରାଯାଇଥିଲା। ମାତ୍ର ଏବେ ସମସ୍ତ ପ୍ରବାସୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯିବ ବୋଲି ଶ୍ରୀ ବାଗଚୀ କହିଛନ୍ତି ।

ସେପଟେ ସଙ୍ଗରୋଧ କେନ୍ଦ୍ରରେ ଏଣିକି ଅଧିକ କଟକଣା ରହିବ  ବାହାର ଓ ଭିତର ଲୋକଙ୍କ ଯାଆସ ଜାଣିବାକୁ ସିସିଟିଭି ଲାଗିବ । ସଙ୍ଗରୋଧ କେନ୍ଦ୍ରରେ ସାମାଜିକ ଦୂରତାକୁ କଡାକଡି ପାଳନ କରାଯିବ ଓ  ବ୍ୟକ୍ତିଗତ ପରିଚ୍ଛନ୍ନତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଏପରିକି  ସଙ୍ଗରୋଧ କେନ୍ଦ୍ର ଆଖପାଖରେ ବାହାର ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଇବାକୁ ୧୪୪ ଜାରି ହେବ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories