www.samajalive.in
Thursday, December 11, 2025
15.1 C
Bhubaneswar

ପୁଲିସ୍‍ ଅଫିସର ମାନବିକତା ଦେଖାଇବା ଘଟଣା: ଏସ୍‍ପି ଦେଲେ ପ୍ରଶଂସା ପତ୍ର

ଫୁଲବାଣୀ: ଏକ ଅପମୃତ୍ୟୁ ଘଟଣାରେ ରାଇକିଆ ଥାନାର ପୁଲିସ୍‍ ସବ୍‍ ଇନ୍ସପେକ୍ଟର ରାଜେଶ ଶ୍ରୀଚନ୍ଦନ ଦେଖାଇଥିବା ମାନବିକତା ଏବେ ସମଗ୍ର ଜିଲାରେ ଚର୍ଚ୍ଚାରେ ବିଷୟ ବସ୍ତୁ ପାଲଟିଥିବା ବେଳେ ଆଜି କନ୍ଧମାଳ ଏସପି ଭିନିତ୍‍ ଅଗ୍ରୱାଲା ଫୁଲବାଣୀ ମୁଖ୍ୟ କାର୍ଯ୍ୟାଳୟଠାରେ ଏସ୍‍ଆଇ ଶ୍ରୀଚନ୍ଦନଙ୍କୁ ଏକ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି।

ପ୍ରକାଶ ଯେ, ରାଇକିଆ ଥାନା ଅନ୍ତର୍ଗତ ପଂଚାୟତ ସାହିର ବୁଟା ନାୟକ ନାମକ ଜଣେ ଯୁବକ ପାରିବାରିକ କାରଣ ଯୋଗୁଁ ସାହି ନିକଟରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପୁଲିସ୍‍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଗଛରୁ ଶବ ଓହ୍ଲାଇବା ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। କୌଣସି ପ୍ରକାର ଶବ ଓହ୍ଲା ଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ କେହି ସହଯୋଗର ହାତ ବଢାଇ ନ ଥିଲେ। ଏଭଳି ପରିସ୍ଥିତିରେ ମୃତ ଯୁବକଙ୍କ ବାପା ସହିତ ନିଜେ ପୁଲିସ୍‍ ଅଧିକାରୀ ଶ୍ରୀଚନ୍ଦନ କାନ୍ଧରେ ଶବ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ସହିତ ନିଜେ ଆମ୍ବୁଲାନ୍ସରେ ଶବ ବ୍ୟବଚ୍ଛେଦ ଗୃହ ପର୍ଯ୍ୟନ୍ତ ନେଇଥିଲେ ବ୍ୟବଚ୍ଛେଦ ପାଇଁ। ଏହି ସମୟରେ ସମାଜସେବୀ ମାନସ ପତି ଓ ରାଜ କିଶୋର ପରିଛା ମାଗଣାରେ ଆମ୍ବୁଲାନ୍ସ ଯୋଗାଇବା ସହିତ ମୃତ ଦେହ ନେବାରେ ମଧ୍ୟ ସହଯୋଗ କରିଥିଲେ। ତେବେ ଶ୍ରୀଚନ୍ଦନ ଜଣେ ଯୁବ ପୁଲିସ୍‍ ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ମନରେ ଏଭଳି ମାନବିକତା ଦେଖାଯିବା ଘଟଣା ସମଗ୍ର ପୁଲିସ୍‍ ପ୍ରଶାସନ ପାଇଁ ଗର୍ବର ବିଷୟ ବୋଲି ବହୁ ବରିଷ୍ଠ ପୁଲିସ୍‍ ଅଧିକାରୀ ମତ ପ୍ରକାଶ କରିଥିବା ବେଳେ ପୁଲିସ୍‍ ଅଧିକାରୀଙ୍କ ଏଭଳି କାର୍ଯ୍ୟ ସମଗ୍ର ଜିଲାରେ ବେଶ୍‍ ଆଲୋଚ୍ୟର ବିଷୟ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories