www.samajalive.in
Friday, December 5, 2025
26.1 C
Bhubaneswar

୨.୮୫ଲକ୍ଷ ସୁଭଦ୍ରା ହିତାଧିକାରୀ ବଞ୍ଚିତ: ଦୁଆର ଦୁଆର ବୁଲି ହେବ ସର୍ବେକ୍ଷଣ

ଭୁବନେଶ୍ବର: ସୁଭଦ୍ରା ଯୋଜନାରେ ତୃତୀୟ ପର୍ଯ୍ୟାୟରୁ ବଞ୍ଚିତ ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ପୁଣି ଯୋଜନାରେ ସାମିଲ ପାଇଁ ଦ୍ବାର ଦ୍ବାର ଯାଇ ସର୍ବେକ୍ଷଣ କରାଯିବ। ସୁଭଦ୍ରା ଯୋଜନାର ସମୀକ୍ଷା ପରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା କହିଛନ୍ତି। ବୁଧବାର ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଶ୍ରୀମତୀ ପରିଡ଼ା କହିଥିଲେ, ତୃତୀୟ ପର୍ଯ୍ୟାୟରେ ବଞ୍ଚିତ ୨ ଲକ୍ଷ ୮୫ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ପୁଣି ସର୍ବେକ୍ଷଣ କରାଯିବ। ଅଧିକାରୀମାନେ ଆଗାମୀ ୧୫ଦିନ ଭିତରେ କ୍ଷେତ୍ରକୁ ଯାଇ ତଦନ୍ତ ରିପୋର୍ଟ ଦେବେ। ଏଥିପାଇଁ ଦୁଇଦିନ ଭିତରେ ଅଭିଯୋଗ ପୋର୍ଟାଲ ଖୋଲିବ।

ବାଦ୍ ପଡ଼ିଥିବା ହିତାଧିକାରୀ ପୋର୍ଟାଲରେ ଅଭିଯୋଗ କରି ଆଉଥରେ ସାମିଲ ପାଇଁ ଆବେଦନ କରି ପାରିବେ। ୧୫ ହଜାର ୯୮୪ଜଣ ମୃତ ହିତାଧିକାରୀ ବାଦ୍‌ ପଡ଼ିଥିବାବେଳେ ୧୮୦୫ ଜଣ ଜୀବିତ ଅଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ୩୬, ୭୦୨ ହିତାଧିକାରୀ ଚାରି ଚକିଆ ଗାଡ଼ି ଥିବା ଯୋଗୁଁ ବାଦ୍ ପଡ଼ିଛନ୍ତି। ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। ୨୧ ହଜାର ୩୫ଜଣ ହିତାଧିକାରୀ ଆୟକର ଦାଖଲରୁ ବାଦ୍ ପଡ଼ିଥିବା ବେଳେ ୧ ଲକ୍ଷ ୩୩ ହଜାର ୬୯୧ ଜଣ ଧାନ ବିକ୍ରି ପଞ୍ଜୀକରଣ ଏବଂ କୃଷକ ଭାବେ ପଞ୍ଜୀକରଣ କରି ଯୋଜନାରୁ ବାଦ୍ ପଡ଼ିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯାଞ୍ଚ ରିପୋର୍ଟ ଆଧାରରେ ମୃତ ହିତାଧିକାରୀ ସୁଭଦ୍ରାରୁ ବାଦ୍ ପଡ଼ିବେ। ଚାରିଚକିଆ ଯାନ ଥିବା ହିତାଧିକାରୀଙ୍କ ତାଲିକାକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ଯାଞ୍ଚ କରିବା ପାଇଁ କୁହାଯାଇଥିଲା। ବୟସାଧିକ ହିତାଧିକାରୀଙ୍କ ଆଧାରକୁ ପୁନର୍ବାର ଯାଞ୍ଚ କରିବା ପରେ ବାଦ୍ ପଡ଼ିଥିବା ଯୋଗ୍ୟ ମହିଳାଙ୍କୁ ସୁଭଦ୍ରାରେ ସାମିଲ କରାଯିବ।

- Advertisement -

ସୁଭଦ୍ରା ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନେ କାହିଁକି ବଞ୍ଚିତ ହେଲେ ତର୍ଜମା କରାଯିବ। ବୈଠକ ପୂର୍ବରୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ତଥ୍ୟ ମଗାଯାଇଥିଲା। ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ନିର୍ଦେଶ ଦେଇଛନ୍ତି। ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ନିର୍ଦେଶିକା ମୋନିଷା ବାନାର୍ଜୀ, ବାଣିଜ୍ୟ ଓ ପରିବହନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଉଚ୍ଚ ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅଧିକାରୀ, ସୁଭଦ୍ରା ଟିମ୍‌ର ଅଧିକାରୀ ଉପସ୍ଥିତ ଥିଲେ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories