www.samajalive.in
Saturday, December 6, 2025
16.1 C
Bhubaneswar

ସ୍ୱଛ ଭାରତ ମିଶନ ବାଟବଣା 

ସୁଆଣ୍ଡୋ : ସ୍ୱଛତା ହିଁ ସେବା। ଭାରତ ସରକାରଙ୍କ ଦ୍ବାରା  କାର୍ଯ୍ୟକାରୀ କରାଯାଇ ଥିବା ସ୍ୱଛ ଭାରତ ମିଶନ ଏବେ ବାଟବଣା ହୋଇଥିବା ଦେଖାଯାଇଛି । ୫ ବର୍ଷ ତଳେ ସରକାରଙ୍କ ପକ୍ଷରୁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସେହିପରି ରାସ୍ତାଘାଟ ଅଫିସ ରେଲଷ୍ଟେସନ ଠାରୁ ଆରମ୍ଭ କରି ଘର ବାହାର ସଫାସୁତୁରା ରଖିବା ପାଇଁ ଜନ ସହଯୋଗ ନେଇ ଗୋଟିଏ ମହଦାକାଂକ୍ଷୀ ଯୋଜନାର ଶୁଭାରାମ୍ଭ କରାଯାଇ ଥିଲା। ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ନେତୃବର୍ଗ ରାଜନେତା ଅଫିସର ସ୍ୱେଚ୍ଛାସେବୀ ସଙ୍ଗଠନ ପ୍ରମୁଖ ମଧ୍ୟ  ଏଥିରେ ସାମିଲ ହୋଇ ଯାଇଥିଲେ ।ଯାହାଙ୍କର ଶୌଚାଳୟ ନଥିଲା ସେମାନଙ୍କୁ ନିଜର ଶୌଚାଳୟ ନିର୍ମାଣ କରିବାକୁ ସରକାରଙ୍କ ପକ୍ଷରୁ ୧୨ ହଜାର ଲେଖାଏଁ ଟଙ୍କା ଯୋଗାଇ ଦିଆଯାଇ ଥିଲା । ହେଲେ ସ୍ୱଛ ଭାରତ ମିଶନ ନାରା ଗୋଟିଏ ସ୍ଥାନରେ ଓ ଲୋକମାନେ ଆଉଗୋଟିଏ ବାଟରେ । ଏବେ ନଦୀବନ୍ଧ କେନାଲ ବନ୍ଧ ପୋଖରୀହୁଡା ବାଡି ବଗିଚା ଗାଁ ଦାଣ୍ଡ ପାର୍ଶ୍ୱ ରାସ୍ତା କଡ ମୁକ୍ତାକାଶ ଶୌଚାଳୟ ପାଲଟିଛି। ରାସ୍ତା ଉପରେ କୁଢ଼ କୁଢ ଅଳିଆ ଆବର୍ଜନା ଗଦା ହୋଇ ରହୁଥିବା ଦେଖାଯାଉଛି । ପ୍ଲାଷ୍ଟିକ ବୋତଲ ଠାରୁ ଆରମ୍ଭ କରି ଯାବତୀୟ ବର୍ଜ୍ୟବସ୍ତୁ ରାସ୍ତା ସାରା ପଡିରହୁଥିବା ଦେଖା ଯାଉଛି। ଏ ସବୁ ସମସ୍ତେ ଦେଖି ନଦେଖିଲା ପରି ବାଟ ଭାଙ୍ଗି ଚାଲି ଯାଉଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ବୁଦ୍ଧିଜୀବୀ ଚନ୍ଦ୍ରଶେଖର ଦାଶ ପ୍ରଫୁଲ ଚନ୍ଦ୍ର ମହାପାତ୍ର ଓ ଦେବେନ୍ଦ୍ର ନାଥ ଦାଶ ପ୍ରମୁଖ ଏ ଦିଗପ୍ରତି ନଜର ଦେବା ଉଚିତ୍ ହେବ ବୋଲି କହୁଛନ୍ତି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories