ସୁଆଣ୍ଡୋ: ସାମୁଦ୍ରିକ ବାତ୍ୟା ଫନି ଯୋଗୁ ପୁରୀ ଜିଲ୍ଲାରେ ବହୁ ସଂଖ୍ୟାରେ ବୃକ୍ଷରାଜି ଭାଙ୍ଗିରୁଜି ଯାଇଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଶନିବାର ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ ପଟ୍ଟନାୟିକିଆ ଛକ ପାର୍ଶ୍ଵରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଦ୍ବାରା ବୃକ୍ଷ ରୋପଣ ଆରମ୍ଭ ହୋଇଛି । ରାଜପଥର ଉଭୟ ପାର୍ଶ୍ଵରେ ନିମ୍ବ ଚାରା ରୋପଣ ଆରମ୍ଭ କରାଯାଇଛି । ଏହି ଚାରା ରୋପଣ ବୀରଗୋବିନ୍ଦ ପୁର ପର୍ଯ୍ୟନ୍ତ କରାଯାଇଛି । ଏହି ଅବସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଧୃବଚରଣ ଦାଶ, ଜିଲାପରିଷଦଙ୍କ ପ୍ରତିନିଧି ଦେବାଶିଷ ରାୟ, ସତ୍ୟବାଦୀ ଉପାଧ୍ୟକ୍ଷ ବିକ୍ରମକେଶରୀ ଜେନା, ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତ, ଥାନା ଆଇଆଇସି ତପନ କୁମାର ରାଉତ, ସରପଞ୍ଚ ସମିତି ସଭ୍ୟ ବିଜୁ ଯୁବବାହିନୀ ସଭ୍ୟ ପ୍ରମୁଖ ଏଥରେ ସାମିଲ ହୋଇଥିଲେ ।



