www.samajalive.in
Monday, December 8, 2025
27.1 C
Bhubaneswar

ବେରବୋଇ ଗାନ୍ଧୀ ସ୍ମାରକୀ ପୀଠରେ ରାଜ୍ୟପାଳ

ସୁଆଣ୍ଡୋ : ଭାରତର ଆତ୍ମା ଗାଁରେ ଅଛି । ପ୍ରତି ଗ୍ରାମର ବିକାଶ ହେବା ସହିତ ଅର୍ଥନୀତି ସମୃଦ୍ଧ ହେବା ଦରକାର । ଗ୍ରାମର ଐତିହ୍ୟ, ସଂସ୍କୃତି, ପରମ୍ପରା ଗୁଡିକ ସୁରକ୍ଷିତ ରହୁ । କୁଟୀର ଶିଳ୍ପରେ ଦିନେ ଦେଶ ଉତ୍କର୍ଷ ଲାଭ କରିଥିଲା । ଏହାର ପୁନରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ଉଦ୍ୟମ ଆରମ୍ଭ କରିଛନ୍ତି । ଛାତ୍ରଛାତ୍ରୀ ମାନେ ଷଗାନ୍ଧୀଜୀଙ୍କ ପଦାଙ୍କ ଅନୁସରଣ କରି ଭଲ ମଣିଷ ହେବାକୁ ପୁରୀଜିଲ୍ଲା ମୁନିନ୍ଦା କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ଜାତୀୟ ଗ୍ରାମୀଣ ଗାନ୍ଧୀ ଉତ୍ସବ ଉଦଗାଟନୀ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ। ଉଦଘାଟନୀ ଉତ୍ସବରେ ରାଜ୍ୟପାଳଙ୍କ ସହିତ ବର୍ଷୀୟାନ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ଆଡଭୋକେଟ ଜେନେରାଲ ବିପିନ ବିହାରୀ ରଥ ସାଂସଦ ଡ.ପ୍ରସନ୍ନ ପାଟ୍ଟଶାଣୀ, ପ୍ରାକ୍ତନ ଅଧିକାରୀ ପ୍ରସନ୍ନ କୁମାର ହୋତା, ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଏଡିଏମ ବିନୟ ଭୁଷଣ ଦାଶ ପ୍ରମୁଖ ଯୋଗଦେଇ ଗାନ୍ଧୀଜୀଙ୍କ ସ୍ମୃତିଚାରଣ କରିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଗାନ୍ଧୀଜୀ ଫଟୋଚିତ୍ର ପ୍ରଦର୍ଶନୀକୁ ରାଜ୍ୟପାଳ ଉଦଘାଟନ ଓ ଗାନ୍ଧୀ ସ୍ମୃତିପୀଠ ପରିଦର୍ଶନ କରି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories