www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରେମ ସମ୍ପର୍କକୁ ମିଳିଲାନି ସହମତି: ମା’କୁ ହତ୍ୟା କଲା ଛାତ୍ରୀ

ଚେନ୍ନଇ: ସୋମବାର ତ୍ରିରୁଭାଲୁର ପୁଲିସ ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ମା’ଙ୍କ ହତ୍ୟା ଅଭିଯୋଗରେ ଗିରଫ କରିଛି। ଛାତ୍ରୀ ଜଣକ ତାର ପ୍ରେମିକକୁ ବିବାହ କରିବାକୁ ଚାହୁଁଥିବାବେଳେ ତା’ର ମା’ ଏହାକୁ ବିରୋଧ କରିବାରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସୂଚନା ଦେଇଛି। ଏସ.ଦେବୀପ୍ରିୟା ନାମକ ଛାତ୍ରୀ ସ୍ଥାନୀୟ ଘରୋଇ କଲେଜରେ ବିକମ୍‍ର ଛାତ୍ରୀ। ସୋସିଆଲ ମିଡିଆ ମାଧ୍ୟମରେ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ତ୍ରିରୁଭାଲୁର କାକ୍କର ଅଞ୍ଚଳର ଦେବୀପ୍ରିୟା ଏ ସମ୍ପର୍କରେ ତାଙ୍କ ମା’ ଭାନୁମତୀଙ୍କୁ ଜଣାଇ ଥିଲେ। ତେବେ ଭାନୁମତି ଏଥିରେ ଅମଙ୍ଗ ହେବାରୁ ଦେବୀପ୍ରିୟା ଏକ ଛୁରୀରେ ଦେବୀପ୍ରିୟାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ଭାନୁମତୀଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା। ତେବେ ସେଠାରେ ଭାନୁମତୀଙ୍କ ମୃତ୍ୟୁ ହୋଇଯାଇ ଥିଲା। ଦେବୀପ୍ରିୟାଙ୍କ ମା’ ବିବାହ ପାଇଁ ରାଜି ହେଉ ନାହାନ୍ତି ବୋଲି ତା’ର ପ୍ରେମିକକୁ ଜଣାଇ ଥିଲା। ପ୍ରେମିକଜଣକ ଦେବୀପ୍ରିୟାକୁ ମା’କୁ ହତ୍ୟା କରିବାକୁ ପରାମର୍ଶ ଦେଇଥିଲା। ପ୍ରେମିକ ପାଖରୁ ଏଭଳି ପରାମର୍ଶ ପାଇଁ ଦେବୀପ୍ରିୟା ତା’ର ବନ୍ଧୁ ବିଘ୍ନେଶ ଓ ଅଜିତଙ୍କ ସହ ମିଶି ଏହି ହତ୍ୟାକାଣ୍ଡର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା ପୁଲିସ ଆଗରେ ସ୍ୱୀକାର କରିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories