www.samajalive.in
Saturday, December 6, 2025
26.1 C
Bhubaneswar

ସିଜିଏଲ ୨୦୧୭ ପାଇଁ ୯୨୮୪ ଖାଲି ପଦବୀ ଜାରି କଲା ଏସଏସସି

ନୂଆଦିଲ୍ଲୀ: ସଂଯୁକ୍ତ ସ୍ନାତକ ସ୍ତର(ସିଜିଏଲ) ୨୦୧୭ ପାଇଁ ଷ୍ଟାଫ ସିଲେକ୍ସନ କମିଶନ(ଏସଏସସି) ପକ୍ଷରୁ ୯୨୮୪ ଖାଲି ପଦବୀ ଜାରି କରାଯାଇଛି। ଏ ନେଇ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୁପ-ଏ, ଗ୍ରୁପ-ବି, ଗ୍ରୁପ-ସି ଏବଂ ଗ୍ରୁପ-ଡି ଆଦି ସମସ୍ତ ବର୍ଗରେ ଖାଲିପଡ଼ିଥିବା ୯୨୮୪ ପଦବୀ ପୂରଣ ଲାଗି ଏହି ବିଜ୍ଞପ୍ତି ଜାରି ହୋଇଛି। ଏସଏସସି ସିଜିଏଲ ୨୦୧୭ ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ଏସଏସସିର ୱେବସାଇଟ୍‌ ssc.nic.inକୁ ଯାଇ କେଉଁ ବର୍ଗରେ କେତେ ପଦବୀ ଖାଲି ପଡ଼ିଛି ତାହା ଯାଞ୍ଚ କରିପାରିବେ ବୋଲି କମିଶନ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ସଂସ୍ଥାଗୁଡ଼ିକରେ କର୍ମଚାରୀ ନିଯୁକ୍ତି ପାଇଁ ଏସଏସସି ପକ୍ଷରୁ ଆୟୋଜନ କରାଯାଉଥିବା ପରୀକ୍ଷାଗୁଡ଼ିକ ମଧ୍ୟରୁ ସିଜିଏଲ ପରୀକ୍ଷା ସବୁଠାରୁ ଲୋକପ୍ରିୟ ପରୀକ୍ଷା। ଅଡିଟ୍‌ ଅଫିସର ଗ୍ରୁପ-ବି, ଆସିଷ୍ଟାଣ୍ଟ ସେକ୍ସନ ଅଫିସର, ଆସିଷ୍ଟାଣ୍ଟ, ଇନ୍ସପେକ୍ଟର ଅଫ ଇନକମ ଟ୍ୟାକ୍ସ ୧, ଜୁନିୟର ଷ୍ଟାଟିଷ୍ଟିକାଲ ଅଫିସର, ଅଡିଟର, ଅପର ଡିଭିଜନ କ୍ଲର୍କ, ଟ୍ୟାକ୍ସ ଆସିଷ୍ଟାଣ୍ଟ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ଲାଗି ବିଜ୍ଞପ୍ତିରେ ଦର୍ଶାଯାଇଛି। ଏହି ପଦବୀଗୁଡ଼ିକ ଲାଗି ଆବେଦନକାରୀମାନେ ବୟସ ସୀମା ଏବଂ ଅନ୍ୟାନ୍ୟ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ଉଚିତ।

- Advertisement -

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୮ ଜୁଲାଇ ୮ରେ ଦେଶର ବିଭିନ୍ନ କେନ୍ଦ୍ରରେ ଏସଏସସି ସିଜିଏଲ ଟାୟାର-୩ ପରୀକ୍ଷା ୨୦୧୭ ଅନୁଷ୍ଠିତ ହୋଇଥିଲା ଏବଂ ୨୦୧୯ ମେ ୯ରେ ଏହାର ଫଳାଫଳ ପ୍ରକାଶ ପାଇଥିଲା।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories