ବଲିଉଡ ସୁପରଷ୍ଟାର୍ ଶାହରୁଖ ଅସୁସ୍ଥ

ମୁମ୍ବାଇ : ବଲିଉଡ ସୁପରଷ୍ଟାର୍ ଶାହରୁଖ ଖାନଙ୍କ ସ୍ବାସ୍ଥ୍ୟ ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଅତ୍ୟଧିକ ଗରମ ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ଅହମଦାବାଦର କେଡି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଶାହରୁଖ ଖାନ୍ । କେକେଆର୍ ଟିମକୁ ସମର୍ଥନ ଦେବା ପାଇଁ ଶାହରୁଖ୍ ଅହମଦାବାଦରେ ପହଞ୍ଚିଥିଲେ । ଏହା ପରେ ଅତ୍ୟଧିକ ଗରମ ଯୋଗୁଁ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ।

Comments are closed.