www.samajalive.in
Thursday, December 11, 2025
15.1 C
Bhubaneswar

ସୃଷ୍ଟି ଗୋସ୍ୱାମୀ ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ୍: ଜାତୀୟ କନ୍ୟା ସନ୍ତାନ ଦିବସ (ନ୍ୟାସନାଲ ଗାର୍ଲ୍ସ ଚାଇଲ୍ଡ ଡେ)-୨୦୨୧ ଅବସରରେ ହରିଦ୍ବାରର ସୃଷ୍ଟି ଗୋସ୍ବାମୀ ଦିନଟିଏ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ଏବେ ସେ ଉତ୍ତରାଖଣ୍ଡ ଶିଶୁ ବିଧାନସଭାର ମୁଖ୍ୟମନ୍ତ୍ରୀ ଅଛନ୍ତି।

୨୪ ଜାନୁଆରୀକୁ ଜାତୀୟ କନ୍ୟା ସନ୍ତାନ ଦିବସ ଭାବେ ପାଳନ କରାଯାଇଥାଏ। ଆଜି ସୃଷ୍ଟି ଉତ୍ତରାଖଣ୍ଡର ଗ୍ରୀଷ୍ମକାଳୀନ ରାଜଧାନୀ ଗୈରସେଣରେ ରହି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ କାର୍ୟ୍ୟର ସମୀକ୍ଷା କରିବେ। ଅଟଳ ଆୟୁଷ୍ମାନ ଯୋଜନା, ସ୍ମାର୍ଟ ସିଟି ପରିଯୋଜନା, ପର୍ୟ୍ୟଟନ ବିଭାଗର ହୋମ ଷ୍ଟେ ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ ଯୋଜନାର ସେ ସମୀକ୍ଷା କରିବେ।

- Advertisement -

ଏହି ସବୁ ଯୋଜନାର ସମୀକ୍ଷା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ଓ ଉତ୍ତରାଖଣ୍ଡ ସରକାରଙ୍କ ବିଭିନ୍ନ ବିଭାଗ ପରିଦର୍ଶନ କରିବେ। ସମ୍ପୃକ୍ତ ବିଭାଗର ଅଧିକାରୀମାନେ ୫ ମିନିଟ୍‌ ମଧ୍ୟରେ ଉକ୍ତ ବିଭାଗ ସଂକ୍ରାନ୍ତରେ ସୃଷ୍ଟିଙ୍କୁ ବୁଝାଇବେ। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ସମସ୍ତ ସଚିବ ସେଠାରେ ଉପସ୍ଥିତ ରହିବେ। ଏହି କାର୍ୟ୍ୟକ୍ରମ ଉତ୍ତରାଖଣ୍ଡ ବିଧାନସଭା ପରିସରରେ ମଧ୍ୟାହ୍ଣ ୧୨ଟାରୁୁ ଅପରାହ୍ଣ ୩ଟା ପର୍ୟ୍ୟନ୍ତ ଚାଲିବ ବୋଲି ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗର ଅଧ୍ୟକ୍ଷା ଉଷା ନେଗୀ କହିଛନ୍ତି।

ସୃଷ୍ଟିଙ୍କ ଘର ହରିଦ୍ବାର ଜିଲା ଦୌଲତପୁର ଗାାଁରେ। ପିତା ପ୍ରବୀଣ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟବସାୟୀ ଓ ମା’ ସୁଧା ଅଙ୍ଗନବାଡ଼ି କର୍ମୀଭାବେ କାର୍ୟ୍ୟରତ । ସେ ଏବେ ବିଏସଏମ ପିଜି କଲେଜ​ରେ ବିଏସସି ଏଗ୍ରିକଲଚର ଶ୍ରେଣୀର ୭ମ ସେମିଷ୍ଟାରର ଛାତ୍ରୀ ଭାବେ ଅଧ୍ୟୟନ କରୁଛନ୍ତି। ସେ ଅନ୍ତର୍ଜାତୀୟ ବାଳିକା ଦିବସ ଅବସରରେ ବିଭିନ୍ନ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ମେ ୨୦୧୮ରେ ସେ ଉତ୍ତରାଖଣ୍ଡ ଶିଶୁବିଧାନସଭାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୯ରେ ଅନ୍ତର୍ଜାତୀୟ ବାଳିକା ସମ୍ମିଳନୀରେ ଭାଗ ନେବା ପାଇଁ ଥାଇଲ୍ୟାଣ୍ଡ ଯାଇଥିଲେ। ଏହା ବ୍ୟତୀତ ସେ ସ୍ଥାନୀୟ ଅଞ୍ଚଳର କେତେକ ଶିକ୍ଷା ଓ ସ୍ବେଚ୍ଛାସେବୀ ଅନୁଷ୍ଠାନରେ କାର୍ୟ୍ୟ କରନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories