www.samajalive.in
Saturday, December 6, 2025
26.1 C
Bhubaneswar

ଶ୍ରୀଲଙ୍କାକୁ ୯ ୱିକେଟରେ ହରାଇଲା ଭାରତ

ଗାଲେ : ଆଇସିସି ମହିଳା କ୍ରିକେଟ ଚମ୍ପିଆନସିପ୍‍ର ଯୋଗ୍ୟତା ପର୍ଯ୍ୟାୟରେ ଏଠାରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତ ୯ ୱିକେଟରେ ଘରୋଇ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଶ୍ରୀଲଙ୍କା ୩୫.୧ ଓଭରରେ ୯୮ ରନରେ ଅଲଆଉଟ ହୋଇଥିଲା। ୯୯ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ୧୯.୫ ଓଭରରେ ଗୋଟିଏ ୱିକେଟ ବିନିମୟରେ ୧୦୦ ରନ କରିଥିଲା। ପୁନମ ରାଉତ ୨୪ ରନ କରି ଆଉଟ ହୋଇଥିବାବେଳେ ସ୍ମୃତି ମାନ୍ଧାନା ୭୩ (୧୧ ଚୌକା, ୨ ଛକା) ଓ ଅଧିନାୟିକା ମିତାଲି ରାଜ ୦ ରନରେ ଅପରାଜିତ ରହିଥିଲେ। ପୁନମ ଓ ସ୍ମୃତି ପ୍ରଥମ ୱିକେଟ ପାଇଁ ୧୮.୪ ଓଭରରେ ୯୬ ରନ ସଂଗ୍ରହ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଇନୋକା ରଣୱିରା ଏକମାତ୍ର ୱିକେଟ ହାସଲ କରିଥିଲେ।
ଶ୍ରୀଲଙ୍କା ଅଧିନାୟିକା ଚାମାରି ଆଟାପାଟ୍ଟୁ ଜୟଙ୍ଗାନି ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭରୁ ଶ୍ରୀଲଙ୍କା ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇ ୩୫.୧ ଓଭରରେ ମାତ୍ର ୯୮ ରନରେ ଅଲଆଉଟ ହୋଇଥିଲା। ଅଧିନାୟିକା ଜୟଙ୍ଗାନି ସର୍ବାଧିକ ୩୩, ଶ୍ରୀପାଲି ୱିରାକୋଡି ୨୬ ଓ ଦିଲାନି ସୁରଙ୍ଗିକା ୧୨ ରନ କରିଥିବାବେଳେ ଦଳର ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ। ଭାରତ ପକ୍ଷରୁ ମାନସୀ ଜୋଷୀ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିବାବେଳେ ଝୁଲଣ ଗୋସ୍ୱାମୀ, ପୁନମ ଯାଦବ ୨ଟି ଲେଖାଏଁ ଏବଂ ଦୀପ୍ତି ଶର୍ମା, ରାଜେଶ୍ୱରୀ ଗାଏକୱାଡ୍‍ ଓ ହେମଲତା ପ୍ରତ୍ୟେକ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ଭାରତ ଏହି ସିରିଜରେ ଆଉ ଦୁଇଟି ଦିନିକିଆ ଖେଳିବ। ଦ୍ୱିତୀୟ ଦିନିକିଆ ଚଳିତମାସ ୧୩ରେ ଓ ତୃତୀୟ ଦିନିକିଆ ୧୬ରେ ଖେଳାଯିବ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories