www.samajalive.in
Sunday, December 7, 2025
23.1 C
Bhubaneswar

କମ୍‌ ପାରିଶ୍ରମିକ ନେଇ ଶ୍ରୀଲଙ୍କା କ୍ରିକେଟର୍‌ଙ୍କ ଅସନ୍ତୋଷ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ତରଫରୁ କ୍ରିକେଟର୍‌ଙ୍କୁ କମ୍‌ ପାରିଶ୍ରମିକ ପ୍ରଦାନ ନେଇ କରାଯାଇଥିବା ଚୁକ୍ତିପତ୍ରରେ ସ୍ବାକ୍ଷର କରିବାକୁ ଶ୍ରୀଲଙ୍କା କ୍ରିକେଟର୍‌ମାନେ ମନା କରି ଦେଇଛନ୍ତି। ତେବେ ସେମାନେ ଚଳିତମାସ ଶେଷରେ ଇଂଲଣ୍ଡ ଗସ୍ତରେ ଯାଇ ଶ୍ରୀଲଙ୍କା ତରଫରୁ ମ୍ୟାଚ୍‌ ଖେଳିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି।

ଏ ସଂପର୍କରେ କ୍ରିକେଟର୍‌ଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ଜଣେ ଆଇନଜୀବୀ କହିଛନ୍ତି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ତରଫରୁ ପ୍ରଦର୍ଶନ ଭିତ୍ତିରେ କ୍ରିକେଟର୍‌ଙ୍କୁ ପାରିଶ୍ରମିକ ପ୍ରଦାନ ପାଇଁ ଯେଉଁ ନୂଆ ଖସଡା ପ୍ରସ୍ତୁତ କରାଯାଇଛି ତାହାକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସେମାନେ ଏହାକୁ ବିରୋଧ କରିବା ସହ ନୂତନ ଚୁକ୍ତିପତ୍ରରେ ସ୍ବାକ୍ଷର କରିବାକୁ ମନା କରି ଦେଇଛନ୍ତି। ସୂଚନାଥାଉକି କ୍ରିକେଟର୍‌ଙ୍କ ପାରିଶ୍ରମିକକୁ ନେଇ ନୂଆ ନୀତି ଲାଗୁ ହେଲେ ପୂର୍ବତନ ଅଧିନାୟକ ଆଞ୍ଜେଲୋ ମ୍ୟାଥୁସ୍‌ ଓ ବର୍ତ୍ତମାନ ଟେଷ୍ଟ ଦଳର ଅଧିନାୟକ ଦିମୁଥ୍‌ କରୁଣାରତ୍ନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ। ମ୍ୟାଥୁସ୍‌ ବର୍ତ୍ତମାନ ବାର୍ଷିକ ୧ଲକ୍ଷ ୩୦ ହଜାର ଡଲାର ପାରିଶ୍ରମିକ ପାଉଥିବା ବେଳେ ନୂଆ ନୀତି ଲାଗୁ ହେଲେ ସେ ୮୦ ହଜାର ଡଲାର ପାଇବେ। ସେହିପରି କରୁଣାରତ୍ନେ ବର୍ତ୍ତମାନ ବାର୍ଷିକ ୭୦ ହଜାର ଡଲାର ପାଉଥିବା ବେଳେ ନୂଆ ନୀତି ଅନୁଯାୟୀ ତାହା ୩୦ ହଜାର ଡଲାରକୁ ଖସିଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ଶ୍ରୀଲଙ୍କା କ୍ରିକେଟ୍‌ ଦଳର ଏକାଧିକ ସିରିଜ୍‌ ବାତିଲ ହୋଇଯାଇଥିବାରୁ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛି। କ୍ଷତି ଭରଣା କରିବାକୁ କ୍ରିକେଟର୍‌ଙ୍କ ପାଉଣା ହ୍ରାସ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories