www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟ ବନ୍ୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ରାଜ୍ୟ ବନ୍ୟ କ୍ରୀଡ଼ା ପ୍ରତିଯୋଗିତା-୨୦୧୮ ଆରମ୍ଭ ହୋଇଛି। ପ୍ରତିଯୋଗିତାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଶନିବାର ପୂର୍ବାହ୍ଣରେ ଉଦ୍‌ଘାଟନ କରିଥିଲେ। ଏହି ଅବସର​‌େ​‌ର ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ କହିଥିଲେ ଭୁବନେଶ୍ବର ଦେଶର କ୍ରୀଡ଼ା ରାଜଧାନୀ ଭାବେ ପରିଗଣିତ ହୋଇଛି। ରାଜ୍ୟରେ ପଞ୍ଚାୟତସ୍ତରୀୟ ପ୍ରତିଯୋଗତାରୁ ଆରମ୍ଭ କରି ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜିତ ହେଉଛି। ରାଜ୍ୟ ସରକାର ୯ଟି କ୍ରୀଡ଼ା ବିଭାଗରେ ହାଇପର୍ଫମାନ୍ସ ଏକାଡ଼େମୀ ନିର୍ମାଣ ଲାଗି ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଆର୍ଥିକ ବର୍ଷରୁ ଉକ୍ତ ଏକାଡ଼େମୀ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ପାଢୀ ସୂଚନା ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଜଙ୍ଗଲ ଓ ପରିବେଶ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ରାଜ୍ୟ ବନ୍ୟ ବିଭାଗ ଜାତୀୟ ବନ୍ୟ କ୍ରୀଡ଼ାରେ ଉତ୍କର୍ଷ ପ୍ରଦର୍ଶନ କରୁଛନ୍ତି। ୨୩ତମ ସର୍ବଭାରତୀୟ ବନ୍ୟ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜୟୀ ହେବାରେ ସକ୍ଷମ ହୋଇଥିଲେ। ଚଳିତ ପ୍ରତିଯୋଗିତାରୁ ଆସନ୍ତା ଜାନୁଆରୀରେ ରାୟପୁରରେ ଆୟୋଜିତ ହେବାକୁ ଥିବା ଜାତୀୟ ବନ୍ୟକ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଲାଗି ଖେଳାଳି ମନୋନୟନ କରାଯିବ। ରାଜ୍ୟସ୍ତରୀୟ ପ୍ରତିଯୋଗିତା ପୂର୍ବରୁ ୪ଟି ଜୋନାଲ ସ୍ତରୀୟ ବନ୍ୟ କ୍ରୀଡ଼ା ପ୍ରତିଯୋଗିତା ଅନୁଗୋଳ, ବ୍ରହ୍ମପୁର, ସମ୍ବଲପୁର ଓ କୋରାପୁଟରେ ଆୟୋଜିତ ହୋଇଥିଲା। ଏଥିରୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା​‌ଲାଗି ଖେଳାଳି ମନୋନୟନ କରାଯାଇଛି। କ୍ରିକେଟ, ଆଥ୍‌ଲେଟିକ, ସନ୍ତରଣ, ଭାରୋତ୍ତୋଳନ, ହକି, ଫୁଟବଲ, ସୁଟିଂ, ଗଲ୍ଫ, ବିଲିୟାଡର୍ସ, କ୍ୟାରମ, ଚେସ୍‌ ଆଦି ବିଭାଗରେ ପ୍ରତିଯୋଗିତା ଆୟୋଜିତ ହେଉଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories