www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଶଂସକଙ୍କ କାର୍‌ ନମ୍ବର ପ୍ଳେଟ୍‌ରେ ଧୋନିଙ୍କ ନାମ

ୱାଶିଂଟନ : ଦେଶ ବିଦେଶରେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ସଂଖ୍ୟାଧିକ ପ୍ରଶଂସକ ରହିଛନ୍ତି। ଦେଶ କିମ୍ବା ବିଦେଶରେ କ୍ରିକେଟ ଖେଳୁଥିବାବେଳେ ଧୋନିଙ୍କ ଦର୍ଶନ ପାଇବାକୁ ପ୍ରଶଂସକମାନେ ବ୍ୟାକୁଳ ହୋଇପଡିଥାନ୍ତି। ତାଙ୍କର ଅଟୋଗ୍ରାଫ୍‌ ପାଇବାକୁ ହେଉ କିମ୍ବା ଧୋନିଙ୍କ ସହ ସେଲ୍‌ଫି ଉଠାଇବାକୁ ପ୍ରଶଂସକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥାଏ। ନିକଟରେ ଆମେରିକାର ଲସ୍‌ ଏଞ୍ଜେଲ୍‌ସ ସହରରେ ବାସ କରୁଥିବା ଜଣେ ପ୍ରଶଂସକ ନିଜ କାର ନମ୍ବରପ୍ଲେଟ୍‌ରେ ଧୋନିଙ୍କ ନାମକୁ ସ୍ଥାନିତ କରି ଚର୍ଚ୍ଚାକୁ ଆସିଛନ୍ତି। ସଂପୃକ୍ତ ପ୍ରଶଂସକଙ୍କ ଏତାଦୃଶ କାର୍ଯ୍ୟକୁ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ପକ୍ଷରୁ ପ୍ରଶଂସା କରାଯାଇଛି। ସୂଚନାଯୋଗ୍ୟ ଧୋନିଙ୍କ ନେତୃତ୍ବରେ ସିଏସ୍‌କେ ୨ ଥର ଆଇପିଏଲ ଓ ଦୁଇଥର ଚମ୍ପିଆନ୍ସ ଲିଗ୍‌ ଟାଇଟଲ ହାସଲ କରିସାରିଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories