www.samajalive.in
Monday, December 8, 2025
24.1 C
Bhubaneswar

‘ବିଜେପି ନିର୍ବାଚନ ଜିତିବାର ମେଶିନ ନୁହେଁ, ହୃଦୟ ଜିତିବାର ଅଭିଯାନ’; ପ୍ରତିଷ୍ଠା ଦିବସରେ ବିରୋଧୀଙ୍କୁ କଡ଼ା ସମାଲୋଚନା କଲେ ମୋଦୀ

ନୂଆଦିଲ୍ଲୀ: ବିଜେପି ନିର୍ବାଚନ ଜିତିବାର କୌଣସି ମେଶିନ ନୁହେଁ, ଏହା ଲୋକଙ୍କ ହୃଦୟ ଜିତିବାର ଏକ ଅଭିଯାନ। ତେଣୁ ଦଳକୁ ସବୁ ସମ୍ପ୍ରଦାୟରୁ ସମର୍ଥନ ମିଳୁଛି। ବିଜେପିର ୪୧ ତମ ପ୍ରତିଷ୍ଠା ଦିବସରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀମାନଙ୍କୁ କଡ଼ା ସମାଲୋଚନା କରି ଏହା କହିଛନ୍ତି।

ମଙ୍ଗଳବାର ଦଳର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରି କହିଥିଲେ, ଦଳର ଗୌରବମୟ ଯାତ୍ରାର ଆଜି ୪୧ ବର୍ଷ ପୂରଣ ହେଉଛି। ସେବା ଏବଂ ସମର୍ପଣ ସହିତ କୌଣସି ଦଳ କିପରି କାମ କରିଥାଏ, ଏହି ୪୧ ବର୍ଷ ହେଉଛି ତାହାର ସାକ୍ଷୀ।

- Advertisement -

ମୋଦୀ କହିଥିଲେ, ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କଠାରୁ ଆରମ୍ଭ କରି ଅଟଳ ବିହାରୀ ବାଜପେୟୀ ବିଜେପିକୁ ନୂଆ ରାସ୍ତା ଦେଖାଇଛନ୍ତି। ଲାଲକୃଷ୍ଣ ଆଡଭାଣୀ, ମୁରଲୀ ମନୋହର ଜୋଶୀଙ୍କ ଭଳି ନେତାମାନେ ଦଳକୁ ଆଗକୁ ନେଇଛନ୍ତି। ଆମ ପାଇଁ ବ୍ୟକ୍ତିଠାରୁ ବଡ଼ ହେଉଛି ଦଳ ଏବଂ ଦଳଠାରୁ ବଡ଼ ହେଉଛି ଦେଶ। ଏକ ସମୟ ଥିଲା, ଯେତେବେଳେ ଅଟଳ ବିହାରୀ ବାଜପେୟୀ ଗୋଟିଏ ଭୋଟ ପାଇଁ ସରକାର ଭାଙ୍ଗିବାକୁ ଅନୁମତି ଦେଇଥିଲେ, କିନ୍ତୁ ନିୟମରେ ସାଲିସ କରି ନ ଥିଲେ। ସେ କହିଥିଲେ ଦେଶରେ ରାଜନୈତିକ ସ୍ବାର୍ଥ ପାଇଁ ଦଳ ଭାଙ୍ଗିଯାଇଛି, କିନ୍ତୁ ବିଜେପିରେ କେବେ ଏପରି ହୋଇନାହିଁ।

ମୋଦୀ ଆହୁରି କହିଥିଲେ, ଜରୁରୀ ପରିସ୍ଥିତି ସମୟରେ ବିଜେପିର ଅନେକ ନେତାଙ୍କୁ ଜେଲରେ ବନ୍ଦୀ କରାଯାଇଥିଲା। କରୋନା ସମୟରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସେବା କରିଥିଲେ। କେନ୍ଦ୍ର ଏବଂ ରାଜ୍ୟର ବିଜେପି ସରକାର ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ନେଉଛନ୍ତି। ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜାମ୍ମୁ-କାଶ୍ମୀରକୁ ସାମ୍ବିଧାନିକ ଅଧିକାର ଦିଆଯାଇଛି। ସେଠାରୁ ଆତଙ୍କବାଦ ଶେଷ କରି ବିକାଶ କରାଯାଉଛି।

ବିରୋଧୀମାନଙ୍କୁ ଟାର୍ଗେଟ କରି ମୋଦୀ କହିଥିଲେ, କେରଳ ଏବଂ ପଶ୍ଚିମଙ୍ଗରେ ଆମ କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ଆକ୍ରମଣ କରାଯାଉଛି। ବଂଶବାଦ ଏବଂ ପରିବାରବାଦର କ’ଣ ପରିମାଣ ହୋଇଛି, ତାହାକୁ ନୂଆ ଭାରତ ଦେଖୁଛି। ଆଞ୍ଚଳିକ ଦଳଗୁଡ଼ିକ ବି ଏକ ପରିବାର ଏବଂ କିଛି ଲୋକଙ୍କ ଦଳ ହୋଇ ରହିଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories