www.samajalive.in
Sunday, December 7, 2025
16.1 C
Bhubaneswar

ଗାଁ କଲ୍ୟାଣ ସମିତିର ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆନୁକୁଲ୍ୟରେ ମେଘା ସେକ୍ଟର ଅନ୍ତର୍ଗତ ସମୁହ ଗାଁ କଲ୍ୟାଣ ସମିତିର ୨ଦିନିଆ ଦକ୍ଷତା ବୃଦ୍ଧି ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କଟକିଆସାହି ପଞ୍ଚାୟତ କାର୍ଯ୍ୟାଳୟରେ ଗୁରୁବାର ଉଦ୍‍ଯାପିତ ହୋଇଯାଇଛି । ଏହି ୨ ଦିନିଆ ଶିବିରରେ ମେଘା ସେକ୍ଟର ଅଧିନ ୮ଟି ପଞ୍ଚାୟତର ୩୩ଟି ଗାଁ କଲ୍ୟାଣ ସମିତିର ଅଧ୍ୟକ୍ଷ, ଆବାହିକା, ସୁଗମକାରୀ ଓ ୩ଜଣ ଲେଖାଏଁ ସକ୍ରିୟ ସଭ୍ୟଙ୍କୁ ନେଇ ମୋଟ ୧୯୮ଜଣଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଥିଲା। ବ୍ରହ୍ମପୁର ସିଏଚସିର ଅଧକ୍ଷକ ଡାକ୍ତର ଦିଲ୍ଲିପ ଦାସଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବ୍ଲକ ଯୋଜନା ସଂଯୋଜିକା ପୁଷ୍ପମିତ୍ରା ଦାସ ଓ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ ଗାଁ କଲ୍ୟାଣ ସମିତିର ପ୍ରଶିକ୍ଷକଙ୍କୁ ତାଲିମ୍‍ ଦେଇଥିଲେ।

- Advertisement -

ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ନିକଟରେ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଓ ବିଭିନ୍ନ ସ୍ୱାସ୍ଥ୍ୟସେବାକୁ ସଫଳତାର ସହ କାର୍ଯ୍ୟକାରୀ କରାଇବା ଲକ୍ଷ୍ୟ ନେଇ ତାଲିମ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ଗ୍ରାମରେ ଉନ୍ନତ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ଗାଁ ସ୍ୱାସ୍ଥ୍ୟ, ଶୁଦ୍ଧ ଜଳ ଓ ପରିମଳ, ପରିଷ୍କାର ପରିଚ୍ଛନ୍ନତା କିପରି ପ୍ରତ୍ୟେକ ଗ୍ରାମରେ ଓ ବ୍ୟକ୍ତି ବିଶେଷଙ୍କ ପାଖରେ ପହଞ୍ଚିପାରିବ ସେହି ଲକ୍ଷ୍ୟ ନେଇ ଏହି ତାଲିମ ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଗାଁ କଲ୍ୟାଣ ସମିତିର ସଭାପତି, ଆବାହକ, ସୁଗମକାରୀ ଆଶା ଓ ସଭ୍ୟମାନଙ୍କ ଭୂମିକା ସଂପର୍କରେ ପ୍ରଶିକ୍ଷକ ବୁଝାଇଥିଲେ । ସେହିପରି ୧୧ମାସିକ ବିଶ୍ୱାସ କାର୍ଯ୍ୟକ୍ରମର ପ୍ରତିମାସରେ ସଚେତନତା ସଭା ଓ ବିଭିନ୍ନ ସ୍ୱାସ୍ଥ୍ୟଦିବସରେ ଲୋକମାନଙ୍କୁ ସଚେତନ କରାଇବା, ଶିଶୁ ଓ ଗର୍ଭବତୀଙ୍କୁ ପ୍ରତିଷେଧକ ଟୀକା ଦେବା, ପ୍ରତ୍ୟେକ ପଞ୍ଚାୟତରେ ଥିବା ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରରେ ଗୁଣାତ୍ମକ ସେବା ଯୋଗାଇ ଦେବା, ଜନଆରୋଗ୍ୟ ସମିତିର ଭୂମିକା, ଅଣସଂକ୍ରାମକ ରୋଗ ପ୍ରତିଷେଧକ ଶିବିରରେ କିପରି ସେବା ଯୋଗାଇ ଦିଆଯିବ, ମମତା ଦିବସରେ ଗର୍ଭବତୀ, ପ୍ରସୂତୀ, କିଶୋରୀ ବାଳିକା ଓ ପରିବାର ନିୟୋଜନ ସଂପର୍କରେ ଲୋକଙ୍କୁ ସଚେତନ କରିବା ଆଦି ବିଷୟରେ ତାଲିମ୍‍ ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରର ଉଦ୍‍ଯାପନୀ ଉତ୍ସବରେ କଟକିଆସାହି ସରପଞ୍ଚ ନରେନ୍ଦ୍ର କୁମାର ସ୍ୱାଇଁ ସମ୍ମାନିତ ଅତିଥିଭାବେ ଯୋଗଦେଇଥିବାବେଳେ ଏଥିରେ ମେଘା ସେକ୍ଟରର ସମସ୍ତ ଅଙ୍ଗନବାଡି ଓ ଆଶାକର୍ମୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଆଗାମୀ ଦିନରେ ମେଘା ସେକ୍ଟରକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ଲାଗି ଶପଥ ପାଠ କରାଯାଇଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories