ଆବଶ୍ୟକ ସାମଗ୍ରୀ
ସୁଜି
କ୍ଷୀର – ଆବଶ୍ୟକ ପରିମାଣରେ
ପେଷା ଚିନି – ୧ କପ
କାଜୁ –
ପେସ୍ତା ବାଦାମ
ବାଦାମ – ୧୦ ରୁ ୧୨ ଟି
ଘିଅ – ଆବଶ୍ୟକ ଅନୁଯାୟୀ
ମିଲକି ମେଡ଼୍ – ଆବଶ୍ୟକ ଅନୁଯାୟୀ
ମୋଦକ ଛାଞ୍ଚ
ପ୍ରସ୍ତୁତି ପ୍ରଣାଳୀ – ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରି ସୁଜି ଭାଜନ୍ତୁ। ଭାଜି ହେବା ପରେ ଏଥିରେ କ୍ଷୀର , ମିଲକି ମେଡ଼୍, ଚିନି ପକାଇ ଭଲ ଭାବେ ଗୋଳାନ୍ତୁ, ଏହାକୁ ବହଳିଆ କରନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। କାଜୁ, ବାଦାମ , ପେସ୍ତା ବାଦାମକୁ ଛୋଟ ଛୋଟ ଫାଳ କରି, ଗ୍ୟାସରେ ଆଉ ଏକ କଡ଼େଇ ବସାଇ କିଛି ସମୟ ଏହାକୁ ଭାଜନ୍ତୁ। ଭାଜିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ମୋଦକ ଛାଞ୍ଚରେ ପାତ୍ରରେ ରଖିଥିବା ସୁଜି ଓ ଭଜା ହୋଇଥିବା ବାଦାମ, ପେସ୍ତା, କାଜୁକୁ ଭରନ୍ତୁ। ଭରିବା ବେଳେ ଛାଞ୍ଚଟିକୁ ଚାପି କରି ରଖନ୍ତୁ ଓ ପୁର ଭଳି ଭରିବା ପରେ ଷ୍ଟାଣ୍ଡଟିକୁ ଖୋଲି ପ୍ରସ୍ତୁତ ମୋଦକକୁ ପାତ୍ରକୁ କାଢି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମୋଦକ।
ବାସ୍ ଗୋଟିଏ ଦିନ ପରେ.. ନବପଞ୍ଚମ ଯୋଗ ଏହି ରାଶିଙ୍କୁ କୋଟିପତି କରିବେ ପ୍ରଭୁ ଗଣେଶ..



