www.samajalive.in
Saturday, December 6, 2025
26.1 C
Bhubaneswar

ଚାନ୍ଦବାଲି ବ୍ଲକର ଓଳଗ ଜନପଦରେ ନିଆରା ଦୁର୍ଗାପୂଜା

ଆରଡି : ପାର୍ବଣର ପରମ୍ପରାକୁ ପୁରୁଷ ପୁରୁଷ ଧରି ବଜାୟ ରଖିଥିବା ଏହି ଗାଁ ହେଉଛି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଓଳଗ ଜନପଦ । ଏଠାରେ ଯେଉଁ ପାରମ୍ପରିକ ନିଆରା ଦୁର୍ଗାପୂଜା ସଂଗଠିତ ହୁଏ ତାହା ସାରା ଓଡିଶାରେ ବିରଳ। ଏଠାରେ ବାସ କରୁଥିବା କ୍ଷେତ୍ରିୟ ବଂଶର ୨ ଗୋଷ୍ଠୀ ନିଜ ଜନପଦକୁ ବଡ ଓଳଗ ଓ ସାନ ଓଳଗ ଭାବରେ ନାମିତ କରିଥିବା କୁହାଯାଏ । ଏହି ୨ ଗ୍ରାମରେ ସ୍ୱତନ୍ତ୍ର ଶୈଳୀରେ ଦୁର୍ଗାପୂଜା ପାଳିତ ହେଉଛି । ବଡଓଳଗର ବଡଭାଇ ଗୋଷ୍ଠୀ (ମହାପାତ୍ର) ବଂଶଜ ମାନେ କଳସକୁ ମାଦୁର୍ଗାଙ୍କ ମୁର୍ତ୍ତୀ ମାନ୍ୟତା ଦେଇ ମଣ୍ଡପରେ ସ୍ଥାପନ କରି ପୂଜା କରୁଛନ୍ତି। ଏକ ପିତଳ କଳସରେ ସ୍ୱର୍ଣ୍ଣ ଓ ରୌପ୍ୟ ଚକ୍ଷୁ, ନାସିକା, କର୍ଣ୍ଣ, ଅଧର ରୋପଣ କରି ସେମାନେ ମା ଙ୍କୁ ଆରାଧନା କରୁଛନ୍ତି।

ସାନ ଓଳଗରେ ଦୁର୍ଗାପୂଜା

ସେହିପରି ସାନଓଳଗର ସାନଭାଇ ଗୋଷ୍ଠୀ (ସୁନ୍ଦରରାୟ)ମହଣ ପତ୍ରକୁ ଦେବୀଦୁର୍ଗା ବୋଲି ମାନ୍ୟତା ଦେଇ ପୂଜା କରୁଛନ୍ତି । ସେମାନେ ଏହି ପତ୍ରରେ ପୂର୍ବେ ରୌପ୍ୟ ଓ ସ୍ୱର୍ଣ୍ଣରେ ନିର୍ମିତ ଚକ୍ଷୁ, ଅଧର, ନାସିକା କର୍ଣ୍ଣ ଆଦି ରୋପଣ କରି ପୂଜାର୍ଚ୍ଛନା ଜାରି ରଖିଛନ୍ତି। ହେଲେ ୪ ବର୍ଷ ହେଲା ଏଠାରେ ମା ଙ୍କର ମୁଖମଣ୍ଡଳ ସହ ଶରୀର ର ଏକ ଧାତୁରେ ଖୋଳପା ମହଣ ପତ୍ର ଉପରେ ରଖାଯାଇ ଆରାଧନା କରାଯାଉଛି। ପବିତ୍ର ଷଷ୍ଠୀ ତିଥି ଠାରୁ ଦଶମୀ ତିଥି ପର୍ଯ୍ୟନ୍ତ ଉଭୟ ଜନପଦରେ ମା ଦୁର୍ଗାଙ୍କୁ ଆବାହନ କରାଯାଇ ପୂଜାରମ୍ଭ କରାଯାଇଛି। ୨ ଜନପଦର ଜଣେ ଜଣେ ବ୍ୟକ୍ତି ପ୍ରଥମେ ପୂଣ୍ୟତୋୟା ବୈତରଣୀରେ ଘଟ ଉତୋଳନ କରିଛନ୍ତି। ପୂଜା ମଣ୍ଡପରେ ପବିତ୍ର ଘଟକୁ ସ୍ଥାପନ କରାଯାଇଛି। ୩ ଦିନହେଲା ଆରମ୍ଭ ହୋଇଯାଇଛି ମା’ ଙ୍କ ପୂଜା କର୍ମ। ବିଧିପୂର୍ବକ ଏହି କ୍ଷତ୍ରୀୟ ବଂଶଜର ଦାୟାଦ ମାନେ ନିଜନିଜ ଘରେ ଥିବା ବାଡି, ଖଣ୍ଡା , ଧନୁ, ଶର, ତେଣ୍ଟା ଆଦି ହାତ ହତିଆରକୁ ପୂଜା ମଣ୍ଡପରେ ଅବସ୍ଥାପନ କରିଛନ୍ତି । କୋଭିଡ କଟକଣା ଅନୁଯାୟୀ ସୀମିତ ସେବାକାରୀ ଓ ବିନା ଡାକ ବାଜି ଯନ୍ତ୍ରରେ ଚାଲିଛି ପୂଜା ବେଦୀରେ ପୁରୋହିତଙ୍କ ମନ୍ତ୍ର ପାଠ। ବୁଧବାର ପବିତ୍ର ମହାଷ୍ଟମୀରେ ପୂଜା ମଣ୍ଡପରେ ସକାଳ ଠାରୁ ରାତ୍ରିର ଅନ୍ତିମ ପ୍ରହର ଯାଏ ଚଣ୍ଡିପାଠ ସହ ଘୃତାହୁତି ପ୍ରଦାନ କରାଯିବ । ଗ୍ରାମର ସମସ୍ତ ପରିବାରର ସଦସ୍ୟ ମାନେ ଉପବାସ ରହିବେ। ଏହିଦିନ ବଳି ସ୍ୱରୁପ ମା ଙ୍କୁ କୁଷ୍ମାଣ୍ଡ ଅର୍ପଣ କରାଯିବ। ଗୁରୁବାର ମହାନବମୀରେ ମା’ ଙ୍କର ସମସ୍ତ ପୂଜା ବିଧି ମୁତାବକ କରାଯିବ । ଶୁକ୍ରବାର ଦଶହରା । ଏହି ଦିନ ପୁର୍ବାହ୍ଣରେ ମାଙ୍କୁ ଜଳରେ ବିସର୍ଜନ କରାଯିବ। କରୋନା କଟକଣାରେ ଚଳିତ ବର୍ଷ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ଜଣା ପଡିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories