www.samajalive.in
Tuesday, December 9, 2025
15.1 C
Bhubaneswar

ଦକ୍ଷିଣ ଆଫ୍ରିକା-ଇଣ୍ଡିଜ୍ ମ୍ୟାଚ୍ ବାତିଲ

ସାଉଥାମ୍ପ୍‌ଟନ : ଚଳିତ କ୍ରିକେଟ ବିଶ୍ବକପ୍‌ରେ ୨ୟ ଥର ପାଇଁ ସୋମବାର ବର୍ଷା ଯୋଗୁଁ ଏକ ମ୍ୟାଚ୍ ବାତିଲ ହୋଇଛି। ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏହି ମ୍ୟାଚ୍‌​‌େ​‌ର ମାତ୍ର ଅଧଘଣ୍ଟା ଖେଳ ହେବା ପ​‌େ​‌ର ବର୍ଷା ଲାଗି ରହିବାରୁ ଆଗକୁ ଆଉ ଖେଳ ସମ୍ଭବପର ହୋଇନଥିଲା। ଫଳରେ ଉଭୟ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ବର୍ଷା ଯୋଗୁଁ ଖେଳ ବନ୍ଦହେବା ବେଳକୁ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୭.୩ ଓଭରରେ ୨ ୱିକେଟ ହରାଇ ୨୯ ରନ୍ କରିଥିଲା। ପରେ ଉଭୟ ଦଳ ଖେଳାଳି ଦୀର୍ଘ ୫ ଘଣ୍ଟା ଅପେକ୍ଷା କରିଥିଲେ ହେଁ ବର୍ଷା ଛାଡ଼ିନଥିଲା। ଫଳରେ ଭାରତୀୟ ସମୟ ରାତି ୮.୫୫ରେ ମ୍ୟାଚ୍‌କୁ ବାତିଲ ଘୋଷଣା କରା ଯାଇଥିଲା।
ଏହି ମ୍ୟାଚ୍ ବାତିଲ ହେବା ୱେଷ୍ଟଇଣ୍ଡିଜ୍ ଅପେକ୍ଷା ଦକ୍ଷିଣ ଆଫ୍ରିକାକୁ ବେଶି ବାଧିଛି। କାରଣ ଏହି ମ୍ୟାଚ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ୩ଟିଯାକ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ୪ର୍ଥ ମ୍ୟାଚ୍‌ରୁ ୧ ପଏଣ୍ଟ ପାଇ ଦକ୍ଷିଣ ଆଫ୍ରିକା ଖାତା ଖୋଲିପାରିଛି। ​‌େ​‌ତବେ ଏହା ନିଶ୍ଚିତ ହୋଇଯାଇଛି ଯେ ଦକ୍ଷିଣ ଆଫ୍ରିକା ଯଦି ତା’ର ବାକି ୫ଟି ମ୍ୟାଚ୍‌ରୁ ଗୋଟିଏରେ ବି ପରାସ୍ତହୁଏ; ତେବେ ସେମିଫାଇନାଲ ଦୌଡ଼ରୁ ଏହା ବିଦାୟନେବ। ୱେଷ୍ଟଇଣ୍ଡିଜ୍ ୩ଟି ମ୍ୟାଚ୍‌ରୁ ୩ ପଏଣ୍ଟ ପାଇଛି। ସୋମବାର ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ପୂର୍ବ ମ୍ୟାଚ୍‌ମାନଙ୍କରେ ପ୍ରଭାବଶାଳୀ ବୋଲିଂ କରିଥିବା ସେଲ୍‌ଡନ କଟ୍ରେଲ ପୁଣିଥରେ ସର୍ଟ ପିଚ୍ ବୋଲିଂ ଦ୍ବାରା ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇଥିଲେ। ଅଫ୍‌ଷ୍ଟମ୍ପ୍ ବାହାରର ଏକ ସର୍ଟ ପିଚ୍ ବଲ୍‌କୁ ମାରିବାକୁ ଯାଇ ହାସିମ୍ ଆମ୍‌ଲା ସ୍ଲିପ୍‌ରେ କ୍ୟାଚ୍ ଦେଇଥିଲେ। ଆମ୍‌ଲା ୬ ରନ୍ କରିଥିଲେ। ଐଡେନ୍ ମାର୍କରାମ ଦଳକୁ ଫେରିଥିବା ବେଳେ ପୁଣି ବିଫଳ ହୋଇଥିଲେ। ସେଲ୍‌ଡନ କଟ୍ରେଲଙ୍କ ଲେଗ୍‌ସାଇଡ୍‌ରେ ସର୍ଟ ପିଚ୍‌ ବଲ୍‌କୁ ଖେଳିନପାରି ମାର୍କରାମ୍‌ ସ୍ଲିପ୍‌ରେ କ୍ୟାଚ୍ ଦେଇଥିଲେ। ବର୍ଷା ଯୋଗୁଁ ଖେଳ ବନ୍ଦହେବା ବେଳକୁ ଓପ୍‌ନର କ୍ବିଣ୍ଟନ ଡି କକ୍ ୨୧ ବଲ୍‌ରୁ ଗୋଟିଏ ଚୌକା ସହ ୧୭ ରନ୍‌ ଏବଂ ଅଧିନାୟକ ଫାଫ୍ ଡୁ ପ୍ଲେସି ବିନା ସ୍କୋର୍‌ରେ କ୍ରିଜ୍‌ରେ ଥିଲେ। କଟ୍ରେଲ ଉଭୟ ୱିକେଟ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories